ପଦ୍ମପୁର ସମରସଜ୍ଜା

ଭୁବନେଶ୍ୱର, ୧୩ା୧୧ (ବୁ୍ୟରୋ): ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜେଡିକୁ କିଏ? ପଦ୍ମପୁର ଉପନିର୍ବାଚନ ପାଇଁ କାହା ଉପରେ ଭରସା କରିବ ଦଳ? ଚର୍ଚ୍ଚାରେ ଏବେ ଅନେକ ନାଁ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂହ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।
ବିଜୟ ରଞ୍ଜନଙ୍କ ବଡ଼ଝିଅ ବର୍ଷାରାଣୀ କିମ୍ବା ସାନ ଝିଅ କାଦମ୍ବିନୀଙ୍କୁ ଟିକଟ୍ ମିଳିବା ନେଇ ପ୍ରକାଶ ପାଇଛି କଳ୍ପନାଜଳ୍ପନା । ତେବେ ରେସ୍ରେ ଆଗରେ ଅଛନ୍ତି ବଡ଼ ଝିଅ ବର୍ଷା । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ଥିବା ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେବା ପରେ ସେ ବି ରେସ୍ରେ ଥିବା କୁହାଯାଉଛି । ସେପଟେ ପଦ୍ମପୁରର ଭିନ୍ନ ଭିନ୍ନ ବିଂଝାଲ ସମାଜର ପ୍ରତିନିଧି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଉ ବରିହା ପରିବାରରୁ ହିଁ ଜଣକୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।
ସେପଟେ ଉପନିର୍ବାଚନ ଯେତିକି ପାଖଉଛି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ଆନେ୍ଦାଳନ ସେତିକି ତୀବ୍ର ହେଉଛି । ବାଇ-ଇଲେକ୍ସନରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ଠଉରାଇ ରବିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ସୁଶାନ୍ତ ସିଂ ପ୍ରମୁଖ ଆନେ୍ଦାଳନ ସ୍ଥଳକୁ ଯାଇ ଆଲୋଚନା କରିଛନ୍ତି । ବିଜେଡି ଟିମ୍ ପୃଥକ ପୃଥକ ଭାବେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ରାଜବୋଡାସମ୍ବର କୃଷକ ସଙ୍ଗଠନ ସହ ଆଲୋଚନା କରିଥିଲା । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।
ସେପଟେ ଜିଲ୍ଲା ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସହ ସକାରତ୍ମକ ଆଲୋଚନା ହୋଇଥିବା ନେଇ ବିଜେଡିର ପ୍ରେସ୍ ରିଲିଜ୍ ଉପରେ ଆପତ୍ତି ଉଠାଇଥିଲା କ୍ରିୟାନୁଷ୍ଠାନ କମିଟି । ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହୋଇନି ବୋଲି କମିଟି ସ୍ପଷ୍ଟ କରିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠି ଆସିଲେ କମିଟି ଯାଇ ଆଲୋଚନା କରିବେ ବୋଲି କୁହାଯାଇଛି । ସେପଟେ ଇନ୍ପୁଟ ସବସିଡି, ବୀମା ରାଶି ପଇଠ ଓ ମଣ୍ଡି ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ଚାଷୀ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେଡି ଯଦିଓ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କିନ୍ତୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଘୋଷଣା କରିଛି । ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ । ଏହାରି ଭିତରେ ପୂଜାପାଠ ମଧ୍ୟରେ ବରଗଡ଼ ପାଇକମାଲରେ ବିଜେପିର ଏକ ନୂଆ ଅଫିସ୍ ଉଦ୍ଘାାଟିତ ହୋଇଛି । ପଦ୍ମପୁର ଉପନିର୍ବାଚନକୁ ଆଉ କିଛି ହାତ ଗଣତି ଦିନ ବାକି ଥିବାବେଳେ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନେ ୨ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବେ । ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରି ନ ଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *