ଗ୍ରାମାଞ୍ଚଳର ‘ୱାନ୍ ଷ୍ଟପ୍ ସପ୍’ ହେବ ପାକ୍ସ

ସମବାୟ ବିଭାଗ ରଣନୀତି ପ୍ରସ୍ତୁତ
ଭୁବନେଶ୍ୱର, ୧୩ା୧୧ (ତଥ୍ୟ): ରାଜ୍ୟ ସରକାର ସମବାୟ ବ୍ୟବସ୍ଥା ମାଧ୍ୟମରେ ଫସଲ ବୀମା ଏବଂ କୃଷି ବଜାର ବ୍ୟବସ୍ଥାର ସୁବିଧା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥି ସହିତ ନାବାର୍ଡ ସହାୟତାରେ ପ୍ରାଥମିକ କୃଷି ଋଣ ସମିତି ସମୁହ (ପାକ୍‌ସ)ର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଏବଂ ଆଇଟି ସମମବାୟ ସମିତିର
ପ୍ରୋସôାହନ ଲାଗି ଯୋଜନା ରହିଛି । ନିକଟ ଭବିଷ୍ୟତରେ ସମବାୟ ବିଭାଗର ସମ୍ପ୍ରସାରଣ ରାଜ୍ୟ ସରକାରଙ୍କର ବିଚାରାଧିନ ଥିବାରୁ ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଉଛି । ସମବାୟ ଜରିଆରେ ସେବା ଯୋଗାଣକୁ ତ୍ୱରାନ୍ୱିତ ଲାଗି ଏହି ରୋଡମ୍ୟାପ୍‌ ପ୍ରସ୍ତୁତ ହେଉଛି ।
୫-ଟି ବ୍ୟବସ୍ଥା ଆଧାରରେ ସେବା ଯୋଗାଣରେ ସ୍ୱଚ୍ଛତା ଆଣିବା, ପାରଦର୍ଶିତା ବୃଦ୍ଧି ଏବଂ ଧାର୍ଯ୍ୟ ସମୟରେ କାର୍ଯ୍ୟ ଉପରେ ଗୁରୁତ୍ୱଆରୋପ କରାଯାଉଛି । ଭବିଷ୍ୟତର ଆହ୍ୱାନର ମୁକାବିଲା ପାଇଁ ମାନବସମ୍ବଳ ସହିତ ଭିତ୍ତିଭୂମି ପ୍ରସ୍ତୁତ ଲାଗି ସମବାୟ ବିଭାଗର ପ୍ରମୁଖ ସଚିବ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ନୂତନ ଯୋଜନା କାର୍ଯ୍ୟକାରୀ ପରେ ଫସଲ ବୀମା ଏବଂ କୃଷି ବଜାର ସେବା ଯୋଗାଇ ଦିଆଯିବ । ନୂତନ ନିୟମ ଲାଗୁ ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀମାନେ କହିଛନ୍ତି । ପାକ୍‌ସର ଆର୍ଥିକ ସ୍ଥିତିର ସମୀକ୍ଷା କରି ପ୍ରମୁଖ ସଚିବ କହିଛନ୍ତି ପାକ୍‌ସ ପାଇଁ ନାବାର୍ଡ ପକ୍ଷରୁ ଏକ ବ୍ୟବସାୟିକ ବିକାଶ ଯୋଜନା ପ୍ରସ୍ତୁତ କରିଛି । ପାକ୍‌ସଗୁଡିକର ଆର୍ଥିକ ସ୍ଥିତି ଏବେ ଭଲ ସ୍ଥିତିରେ ନାହିଁ ଏବଂ ଯଦି ଏହାର ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାନଯାଏତେବେ ସ୍ଥିତି ବିଗିଡିବାର ସମ୍ଭବନା ରହିଛି ।
ପାକ୍‌ସର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟରେ ରଖି ପ୍ରତି ଜିଲ୍ଲାର ଅଫିସରଙ୍କର ଟିମ୍‌ ଯୋଜନାକୁ ଚୂଡାନ୍ତ ଲାଗି ପ୍ରମୁଖ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ପାକ୍‌ସ ଗୁଡିକ ରାଜ୍ୟର ଗ୍ରାମାଞ୍ଚଳରେ ‘ୱାନ ଷ୍ଟପ ସପ୍‌’ ହେବ । ଏହା ଗ୍ରାମାଞ୍ଚଳ ଲୋକଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ ସହ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ରୋଜଗାର ଉପଲବ୍ଧ କରାଇବ । ଆଇଟି ସମବାୟ ସମିତି କ୍ଷେତ୍ରରେ ମଧ୍ୟ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ଏଭଳି ସମବାୟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଛି । ସମବାୟ ବିଭାଗ, ନିଦେ୍ର୍ଦଶାଳୟ ଏବଂ ସମବାୟ ସଂସ୍ଥାଗୁଡିକ ସାମ୍ନା କରୁଥିବା ବିଭିନ୍ନ ଆଇଟି ସମସ୍ୟାର ସମାଧାନ ଏହା ମାଧ୍ୟମରେ ହୋଇପାରିବ । ଏହା ଜରିଆରେ ଆଇଟି ବିଶେଷଜ୍ଞ, ପ୍ରବନ୍ଧନ ବିଶେଷଜ୍ଞ ଆଦିଙ୍କୁ ନେଇ କୋର ବ୍ୟାଙ୍କିଂ, ଏଟିଏମ୍‌, ମୋବାଇଲ୍‌ ଆପ୍ଲିକେଶନ, ଏନ୍‌ଇଏଫ୍‌ଟି ଟ୍ରାନ୍ସଫର ସର୍ଭିସ, ସଫ୍ଟୱର ପ୍ରୋଜେକ୍ଟ, ସିଷ୍ଟମ ଇଣ୍ଟିଗ୍ରେସନ, ସଫ୍ଟୱୟର ଡେଭଲପମେଣ୍ଟ ଆଦି ହୋଇପାରିବ ।
ରାଜ୍ୟର ସମବାୟ ସଂସ୍ଥାଗୁଡିକରେ ବିକାଶ ଲାଗ ଏଭଳି ଆଇଟି-ସମବାୟ ସଂସ୍ଥାକୁ ପ୍ରୋସôାହନ ଲାଗି ସମବାୟ ସମିତି ସମୂହ ନିବନ୍ଧକ (ଆରସିଏସ୍‌) ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ବ୍ୟବସାୟିକ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଥିବାରୁ ଆଇଟି ସମବାୟ ସମିତି ସପକ୍ଷରେ ଅଧିକାରୀମାନେ ଅଛନ୍ତି । ଏହାର କାରଣ ହେଉଛି ପ୍ରଯୁକ୍ତି ବିଦ୍ୟାର କମ୍‌ ବ୍ୟବହାର ଯୋଗୁଁ ସମବାୟ ସଂସ୍ଥାଗୁଡିକ ଏବେ ସକି୍ରୟ ହୋଇପାରୁ ନାହାନ୍ତି ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *