୬୧ କେଜି ସୁନା ଜବତ, ୭ ଗିରଫ
ମୁମ୍ବାଇ, ୧୩ା୧୧: ମୁମ୍ବାଇ ବିମାନ ବନ୍ଦରରେ ସୀମା ଶୁଳ୍କ ବିଭାଗ ଅଧିକାରୀମାନେ ଗୋଟିଏ ଦିନରେ ୬୧ କେଜିର ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା । ଏ ସମ୍ବନ୍ଧରେ ୭ ଜଣଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ଗୋଟିଏ ଦିନରେ ଏତେ ଅଧିକ ପରିମାଣର ସୁନା ଜବତ କରାଯିବା ଏକ ରେକର୍ଡ ।
ଏ ସମ୍ବନ୍ଧରେ ଦୁଇଟି ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ୭ଜଣଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା । ପ୍ରଥମ ମାମଲାରେ ତାଞ୍ଜାନିଆରୁ ଆସିଥିବା ୪ଜଣ ଭାରତୀୟ ଯାତ୍ରୀ ଅଭିଯୁକ୍ତ । ସେମାନଙ୍କଠାରୁ ୨୮କୋଟି ୧୭ଲକ୍ଷ ଟଙ୍କା ମୂଲ୍ୟର ୫୩ କେଜି ଜବତ କରାଯାଇଥିଲା । ଅଭିଯୁକ୍ତମାନେ ଅତି ଚତୁରତାର ସହ ସୁନା ଚୋରାଚାଲାଣ କରୁଥିଲେ । ସୁନା ବିସ୍କୁଟ୍ଗୁଡିକୁ ବେଲ୍ଟରେ ଲୁଚାଇ ରଖିଥିଲେ । ଦୋହା (କତର) ବିମାନବନ୍ଦରରେ ଜଣେ ବ୍ୟକ୍ତି ଅଭିଯୁକ୍ତମାନଙ୍କୁ ଏହି ସୁନା ହସ୍ତାନ୍ତର କରିଥିବା ତଦନ୍ତରୁ ଜଣାପଡିଛି । ସେମାନେ ତାଞ୍ଜାନିଆରୁ ଦୋହା ଦେଇ ମୁମ୍ବାଇରେ ପହଞ୍ଚôଥିଲେ । ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ୍ସ ଅଧିକାରୀମାନେ ସେଦିନ ଅନ୍ୟ ୩ଜଣ ଯାତ୍ରୀ (ଜଣେ ପୁରୁଷ, ଦୁଇ ଜଣ ମହିଳା)ଙ୍କ ଠାରୁ ୩ କୋଟି ୮୮ ଲକ୍ଷ ଟଙ୍କା ମୂଲ୍ୟର ୮କେଜି ସୁନା ଜବତ କରିଥିଲେ । ଏହି ବ୍ୟକ୍ତି ବିସ୍ତାରା ବିମାନ ଯୋଗେ ଦୁବାଇରୁ ମୁମ୍ବାଇରେ ପହଞ୍ଚôଥିଲେ । ସେମାନେ ନିଜ ନିଜ ଜିନ୍ସରେ ମହମ ଆକାରରେ ସୁନା ଡଷ୍ଟ ଲୁଚାଇ ରଖିଥିଲେ ।
ଦୁଇଟି ଯାକ ଘଟଣାର ତଦନ୍ତ ଜାରି ରହିଛି । ଗିରଫ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିି ।