ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍
ରାଞ୍ଚୀ, ୧୩ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମ ଓ ମଙ୍ଗଳବାର ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯାଉଛନ୍ତି । ଏହି ଅବସରରେ ସେ ଖୁଣ୍ଟୀ ଜିଲ୍ଲାରେ ବିର୍ସା ମୁଣ୍ଡାଙ୍କ ଗ୍ରାମ ଉଲିହାତୁ ପରିଦର୍ଶନ କରିବେ । ଉଲିହାତୁ ନକ୍ସଲ ଅଧ୍ୟୁଷିତ ଇଲାକାରେ ଅବସ୍ଥିତ । ଏହି କାରଣରୁ ଝାଡଖଣ୍ଡ ପୁଲିସ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଇଁ ଅଭୂତପୂର୍ବ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏନ୍ଏସ୍ଜିର ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ସାମିଲ କରାଯାଇଛି । ରାଞ୍ଚୀକୁ ଖୁଣ୍ଟୀ ପର୍ଯ୍ୟନ୍ତ ୪ ହଜାର ଯବାନ ମୁତୟନ ହୋଇଛନ୍ତି ।
ରାଷ୍ଟ୍ରପତି ୧୪ ତାରିଖ ଦିନ ଝାଡଖଣ୍ଡ ରାଜଧାନୀ ରାଞ୍ଚôରେ ପହଞ୍ଚôବେ । ୧୫ ତାରିଖ ଦିନ ଉଲିହାତୁଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏୟାରପୋର୍ଟ ସମେତ ସମାରୋହ ସ୍ଥଳରେ ସୁରକ୍ଷା ବନେ୍ଦାବସ୍ତକୁ ଯଥାସମ୍ଭବ ଦୃଢ କରାଯାଇଛି । ଉଲିହାତୁଠାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ସ୍ଥାପନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏନ୍ଏସ୍ଜିର ଆଣ୍ଟିଡ୍ରୋନ୍ ସିଷ୍ଟମ ନକ୍ସଲ ପ୍ରଭାବିତ ରାଜ୍ୟଭଳି ଜମ୍ମୁ-କାଶ୍ମୀରରେ ମଧ୍ୟ ବେଶ୍ ପ୍ରଭାବୀ ହୋଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାତୁ ଘନ ଜଙ୍ଗଲ ଓ ପାହାଡ ଦ୍ୱାରା ପରିବେଷ୍ଟିତ । ଏହି ଇଲାକାରେ ନକ୍ସଲ ଗତିବିଧି ଜାରି ରହିଥିବା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଆଣ୍ଟିଡ୍ରୋନ୍ ସିଷ୍ଟମକୁ ସେଠାରେ ସକ୍ରିୟ କରାଯିବା ସହ ଆଣ୍ଟି ନକ୍ସଲ ଅପରେସନକୁ ମଧ୍ୟ ଜାରି ଦାର କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ରବିବାର ଆନୁସଙ୍ଗିକ ଦିଶା ନିଦେ୍ର୍ଦଶ ଦେଇଛନ୍ତି ।