କଟକ ବାଲିଯାତ୍ରାରେ ପ୍ରବଳ ଭିଡ଼

କଟକ (ବୁ୍ୟରୋ): ବାଲିଯାତ୍ରାରେ ପ୍ରବଳ ଭିଡ଼ । କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିବା ବାଲିଯାତ୍ରାରେ ଏବର୍ଷ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ବାଲିଯାତ୍ରାକୁ ନେଇ ଡିସିପିଙ୍କ ପରାମର୍ଶ । ଭୁବନେଶ୍ୱରପଟୁ ବାରଙ୍ଗ ଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣଙ୍କୁ ଅନ୍ୟ ରାସ୍ତାରେ ଆସିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ବାରଙ୍ଗରେ ଆଜି କାର୍ତ୍ତିକେଶ୍ୱର ଭସାଣି ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବିକଳ୍ପ ରାସ୍ତାଦେଇ ବାଲିଯାତ୍ରା ଆସିବାକୁ ପରାମର୍ଶ ଦେଇ କହିଛନ୍ତି ଡିସିପି । ସୂଚନଯୋଗ୍ୟ ଐତିହାସିକ ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମୁଛି । ବାଲିଯାତ୍ରାରେ ଦର୍ଶକଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁଲାଣି । ଏଥିପାଇଁ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଆଜି ରବିବାର ଥିବାରୁ ଆହୁରି ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । ସେପଟେ ବାରଙ୍ଗରେ ଆଜି କାର୍ତ୍ତିକେଶ୍ୱରଙ୍କ ଭସାଣି ଯାତ୍ରା । ପ୍ରାୟ ୫୦ଟି ମେଢ଼ ଭସାଣ ଯାତ୍ରାରେ ଯିବେ । ଏନେଇ ଜନସାଧାରଣଙ୍କ ସୁବିଧା ପାଇଁ ଆଜି ଏହି ରାସ୍ତାରେ ନଆସିବାକୁ ପରାମର୍ଶ ଦେଇଛନ୍ତି ଡିସିପି ପିନାକ ମିଶ୍ର । ଅନ୍ୟପଟେ ବାଲିଯାତ୍ରା ଆସିବା ସମୟରେ ଗାଡି ପାର୍କିଂ ସ୍ଥାନରେ ଅନେକ ସମସ୍ୟା ସୃଷ୍ଟି ହଉଛି । ଏପରି ସ୍ଥିତି ଉପୁଜିଛି ଯେ ହଜାର ହଜାର ଲୋକ ବାଲିଯାତ୍ରା ଆସିବା ସମୟରେ ଗାଡି ପାର୍କିଂ ସ୍ଥାନ ନପାଇ ଘର ମୁଁହା ହୋଇଛନ୍ତି । ତେବେ ଏପରି ସ୍ଥଳେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଡିସିପି କହିଛନ୍ତି, ବିଗତ ୫ ଦିନ ଅପେକ୍ଷା ଗତକାଲିଠାରୁ ବାଲିଯାତ୍ରାରେ ଭିଡ଼ ଅଧିକ ହେବାରେ ଲାଗିଛି । ଆମର ପୂର୍ବାନୁମାନ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଅତ୍ୟଧିକ ଗହଳି ଯୋଗୁଁ ଗାଡ଼ି ପାର୍କିଂରେ କିଛି ସମସ୍ୟା ହେଉଛି । ଫଳରେ ଅନେକ ସମୟରେ ମୁଖ୍ୟରାସ୍ତା ମଧ୍ୟ ଜାମ୍ ହେଉଛି । ଏହା ଉପରେ ଧ୍ୟାନ ଦେଇ ପୁଲିସ ସମସ୍ତ ବ୍ୟବସ୍ଥା କରୁଛି । ଆଜି ରବିବାର ଥିବାରୁ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି । ସେପଟେ ଆଜି ବାରଙ୍ଗରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଥିବାରୁ ଭୁବନେଶ୍ୱର ପଟୁ ସେହି ରାସ୍ତାଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ସେଥିପାଇଁ ଗଣମାଧ୍ୟମ ଜରିଆରେ ସେହି ରାସ୍ତାରେ ନ ଆସିବା ପାଇଁ ଡିସିପି ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *