୧ଠ ଲକ୍ଷ ନିଯୁକ୍ତି, କୃଷି ଋଣ ଛାଡ଼

କଂଗ୍ରେସ ଇସ୍ତାହାରରେ ‘ପରିବର୍ତ୍ତନ’ର ସ୍ୱର
ଅହମଦାବାଦ (ଏଜେନ୍ସି): କଂଗ୍ରେସ ଯଦି ଗୁଜରାଟରେ ସରକାର ଗଠନ କରେ ତେବେ, ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଥିବା ଷ୍ଟାଡିୟମ୍ର ନାମକୁ ପରିବର୍ତ୍ତନ କରିବ । ମୋଦି ନାମ ପରିବର୍ତ୍ତେ ଷ୍ଟାଡିୟମ୍ର ନାମକରଣ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ନାମରେ କରାଯିବ । ଗୁଜରାଟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦିଆଯାଇଛି । ତେବେ କଂଗ୍ରେସର ଏପ୍ରକାର ଇସ୍ତାହାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଉପସ୍ଥିତିରେ କଂଗ୍ରେସ ପକ୍ଷରୁ ଶନିବାର ଗୁଜରାଟ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି । ଏଥିରେ କଂଗ୍ରେସ ଏକାଧିକ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁୂ ମିଳିଛି । ତେବେ ସବୁଠୁ ଅଧିକ ଚର୍ଚ୍ଚା, ମୋଦିଙ୍କ ନାମରେ ନାମିତ ଷ୍ଟାଡିୟମ୍ର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଉପରେ ହେଉଛି । ଏସମ୍ପର୍କରେ ଗେହଲଟ୍ କହିଛନ୍ତି, ଯଦି କଂଗ୍ରେସ ସରକାର ଗଠନ କରିବ, ତେବେ ଦଳର ନିର୍ବାଚନୀ ଇସ୍ତାହାରକୁ ପ୍ରଥମ କ୍ୟାବିନେଟ ବୈଠକର ଦସ୍ତାବିଜ୍ ଭାବେ ବ୍ୟବହାର କରାଯିବ । ଏଥିରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ।
ପ୍ରକାଶ, କଂଗ୍ରେସ ନିଜ ଇସ୍ତାହାରରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳାଇବା ସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି । ଦଳ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ଯୁବକଯୁବତୀଙ୍କୁ ୧ଠ ଲକ୍ଷ ନିଯୁକ୍ତି ସୁଯୋଗ ଦିଆଯିବ । ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫ଠ% ସଂରକ୍ଷଣ ଓ ଏକାକୀ ରହୁଥିବା ମହିଳା, ବିଧବା ଓ ବୃଦ୍ଧାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା, ୩ ହଜାର ଇଂରାଜୀ ମିଡିୟମ୍ ସ୍କୁଲ ଖୋଲାଯିବା, ମାଷ୍ଟର ଡିଗ୍ରୀ ଯାଏ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ିବାକୁ ସୁଯୋଗ, ୩ ଲକ୍ଷ ଯାଏ ଋଣ ଛାଡ଼, ୩ଠଠ ୟୁନିଟ୍ ଯାଏ ମାଗଣା ବିଜୁଳି, ଯୁବଗୋଷ୍ଠୀଙ୍କୁ ମାସିକ ୩ ହଜାରର ଭତ୍ତା ଓ ୫ଠଠ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇଦିଆଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ·ଲିଥିବା ର୍ନିବି·ର ଘରୋଇକରଣକୁ କଂଗ୍ରେସ ବନ୍ଦ କରିବ ବୋଲି ଇସ୍ତାହାରରେ ଦର୍ଶାଇଛି ।
ଏତଦ୍ବ୍ୟତୀତ ରାଜ୍ୟବାସୀଙ୍କୁ ମାଗଣା ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ୫ ଲକ୍ଷ ଟଙ୍କା ଯାଏ ମେଡିସନ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ସବୁଠୁ ବଡ଼ ପ୍ରତିଶ୍ରୁତି ମଧ୍ୟରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ କଂଗ୍ରେସ ତା’ର ଇସ୍ତାହାରରେ ଉଲ୍ଲେଖ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *