୫୭୩୫ ମାମଲା ଫଇସଲା
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ପୁରୀ (ବୁ୍ୟରୋ): ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୁରୀ ସମେତ ନିମାପଡ଼ା, ପିପିଲି, କୋଣାର୍କ, ବ୍ରହ୍ମଗିରି ଓ କଣାସ ଅଦାଲତରେ ଶନିବାର ଅନୁଷ୍ଠିତ ହୋଇଛି । ସେଥିରେ ୫୭୩୫ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜରିମାନା ବାବଦକୁ ୩,୬୯,୪୪,୪୩୧ ଟଙ୍କା ଆଦାୟ କରାଯାଇଛି । ୭୬ ଗୋଟି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ସମାଧାନ କରାଯାଇଛି । ୨,୪୭, ୭୬,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବୀମା କମ୍ପାନୀଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଧନେଶ୍ୱର ମଲ୍ଲିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ପ୍ରତିମା ପଣ୍ଡା, ପରିବାର ଅଦାଲତ ବିଚାରପତି ଅରୁଣ କୁମାର ମଲ୍ଲିକ, ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅମୀୟ ରଞ୍ଜନ ଜେନା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରୀତିଶ କୁମାର ରାଉତରାୟ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରାଣା ଘୋଷ, ଅତିରିକ୍ତ ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଦେବାଶିଷ ବିଶୋଇ, ଦେୱାନୀ ଅଦାଲତ ବିଚାରପତି ପ୍ରତୁ୍ୟଷ କୁମାର ଚାନ୍ଦ ପ୍ରମୁଖ ମୋକଦ୍ଦମା ଗୁଡ଼ିକର ଫଇସଲା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସ ପରିଚାଳନା କରିଥିଲେ ।
ଲୋକ ଅଦାଲତରେ ୪୮୯୪ ରାଜସ୍ୱ ମାମଲାର ଫଇସଲା କରାଯାଇ ୧୬,୩୧,୬୬୬ ଟଙ୍କା ଓ ପ୍ରାକ୍ ମୋକଦ୍ଦମା ସ୍ଥାନୀୟ ବ୍ୟାଙ୍କ ଋଣ ବାବଦ ୧୬୭ ଗୋଟି ଆଗତ କରାଯାଇ ୭୩,୯୭,୪୮୫ ଟଙ୍କା ଆଦାୟ କରାଯାଇଛି ।