୫-ଟି ସଚିବଙ୍କ କଳିଙ୍ଗ ଷ୍ଟାଡିଅମ୍ ପରିଦର୍ଶନ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫ଟି ସଚିବ ଭି କେ ପାଣ୍ଡିଆନ୍ କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରି ୫ଟି ପଦକ୍ଷେପ ଅନୁଯାୟୀ ନିଆଯାଇଥିବା କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ, ଇନଡୋର ଆକ୍ୱାଟିକ୍ସ ଷ୍ଟାଡିୟମ, ଟେନିସ୍ ସେଣ୍ଟର, ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର, ଜିମ୍ନାଷ୍ଟିକ୍ କେନ୍ଦ୍ର ଏବଂ ଭାରତର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ରହିଛି ।
ଡାଲମିଆ ଭରତଙ୍କ ଦ୍ୱାରା ସିଏସଆର ଅଧୀନରେ ନିର୍ମିତ ବ୍ୟାଡମିଣ୍ଟନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପରିଦର୍ଶନ କରିଥିଲେ । ପ୍ରକଳ୍ପର ଅଗ୍ରଗତି ଏବଂ କାର୍ଯ୍ୟ ସମାପ୍ତି ପାଇଁ ସେ ସାଇଟ୍ ଇଞ୍ଜିନିୟରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ନିର୍ମାଣ କାର୍ଯ୍ୟ ଠିକ୍ ଭାବରେ ଚାଲିଛି ବୋଲି ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରାୟ ୧୫ ମାସ ପୂର୍ବରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।
ଶ୍ରୀ ପାଣ୍ଡିଆନ୍ ଏହି ଅଳ୍ପ ସମୟ ମଧ୍ୟରେ କ୍ରୀଡ଼ାବିତଙ୍କ ପାଇଁ ଏପରି ସୁବିଧା ସୃଷ୍ଟି କରିବାରେ କଠିନ ପରିଶ୍ରମ ପାଇଁ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ତଥା ଯୁବପିଢ଼ୀଙ୍କ ଭବିଷ୍ୟତରେ ପୁଞ୍ଜି ବିନିଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟିକୋଣ ଉପରେ ପ୍ରତିଫଳିତ କରିଥିଲେ ଏବଂ ଆସନ୍ତାକାଲିର ଚାମ୍ପିଅନ୍ ପ୍ରତିପୋଷଣରେ ଏହି ସମସ୍ତ କ୍ରୀଡ଼ା ପ୍ରକଳ୍ପ ଏବଂ ପ୍ରୟାସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏକ ପ୍ରକୃତ କ୍ରୀଡ଼ା ରାଷ୍ଟ୍ର ହେବାର ଭାରତର ସ୍ୱପ୍ନରେ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଏକ ଗର୍ବର ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ ।