ରାଷ୍ଟ୍ରପତିଙ୍କ ଅପମାନ ଦେଶଦ୍ରୋହ ଭଳି

ଭୁବନେଶ୍ୱର (ବୁ୍ୟରୋ): ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଭଳି ଅତ୍ୟନ୍ତ ଘୃଣ୍ଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏକ ଜନସଭାବେଳେ ସର୍ବସମ୍ମୁଖରେ ଦେଶର ପ୍ରଥମ ନାଗରିକଙ୍କୁ ନେଇ ମଜା ଉଡ଼ାଇ ହରଡଘଣାରେ ପଡିଛନ୍ତି ମମତାଙ୍କ ମନ୍ତ୍ରୀ । ମ୍ୟାଡମ ପ୍ରେସିଡେଣ୍ଟଙ୍କୁ ଏଭଳି ଅପମାନିତ କରିବାକୁ ନେଇ ସମଗ୍ର ଦେଶରେ ବଢି ·ଲିଛି ଅସନ୍ତୋଷର ନିଆଁ । ଆଉ ଓଡିଶାରେ ବି ଓଡିଆ ଝିଅର ଅପମାନକୁ କେମିତି ସହିଥାନ୍ତେ ରାଜ୍ୟବାସୀ । ବରଗଡ, କୋରାପୁଟ, ମୟୁରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ପୁରୀ, ରାଉରକେଲା, ନବରଙ୍ଗପୁର, ନୟାଗଡ ସବୁଠି ଦେଖିବାକୁ ମିଳିଛି ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ନେତାଙ୍କର ଅଶାଳୀନ ବକ୍ତବ୍ୟକୁ ନେଇ ଜନ ଆକ୍ରୋଶର ସ୍ୱର । ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ସମାଜିକ ସଙ୍ଗଠନ, ନେତା, ଜନତା, ବୁଦ୍ଧିଜୀବି, ସେବାୟତ । ସମସ୍ତେ ଅଖିଳ ଗିରିଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ଗିରଫଦାରି ପାଇଁ ଦାବି କରିଛନ୍ତି ।
ଏହି ସ୍ଥିତିରେ ଭୁବନେଶ୍ୱରରେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ରାମମନ୍ଦିର ଛକ ଠାରେ ପ୍ରତିବାଦ କରାଯାଇଛି । ସେହପରି ଟିଏମସି ନେତା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏଫଆଇଆର ଦେଇଛି ବିଜେପି ଏସଟି ମୋର୍ଚ୍ଚା । ଅଖିଳ ଗିରିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଏସଟି ମୋର୍ଚ୍ଚା । ପାରମ୍ପରିକ ସାନ୍ତାଳୀ ବେଶଭୂଷାରେ ଆସି ଆଦିବାସୀ ମହିଳା ମାନେ ଥାନାରେ ଏତଲା ଦାଏର କରିଛନ୍ତି । ସେପଟେ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ବିଜେଡି ସାଂସଦ ମୁନା ଖାନ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସୁରେଶ କୁମାର ରାଉତରାୟ ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନକୁ କଡା ଶଦ୍ଦରେ ନିନ୍ଦା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *