ପୁରୁଣା ମେଡିକାଲ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା
ଧାମନଗର (ଆପ୍ର): ଧାମନଗର ବ୍ଲକ କଟସାହି ପଂ·ୟତ ସହିଦନଗର ପ୍ରାଥମିକ ସ୍୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଘର ଭାଙ୍ଗିବାକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଛି । ଏଡାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଧୁସୁରି ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ନେଇଛି ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସହିଦନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ର୍ନିମାଣ ପାଇଁ ୫୫ ଲକ୍ଷ ୮ ହଜାର ଟଙ୍କା ମଞ୍ଜୁର ହୋଇଛି । ଧାମନଗର ପଞ୍ଚାୟତ ସମିତି ପକ୍ଷରୁ ନିର୍ମାଣ ପାଇଁ ଟେଣ୍ଡର ସରିଥିଲା ବେଳେ ବିପଦସଙ୍କୁଳ ଘୋଷିତ ପୁରୁଣା ଘର ଭାଙ୍ଗିବାକୁ ଶନିବାର ସକାଳେ ଉଦ୍ୟମ ହୋଇଥିଲା । ସ୍ଥାନୀୟ କେତେକ ବ୍ୟକ୍ତି କାମ ବନ୍ଦ କରିବାକୁ ଅଡି ବସିଥିଲେ । ଆଉ ଏକ ଜୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ବିନା ସୂଚନା ଫଳକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରା ନ ଯାଇ କାମ କରାଯିବା ଠିକ୍ ନୁହେଁ ବୋଲି ପୂର୍ବତନ ସରପଞ୍ଚ ଗୟାଧର ନାୟକ ପ୍ରକାଶ କରିଥିଲେ । ତେବେ ପୁରୁଣା ଘରଭଙ୍ଗା ଯାଇ ସମତୁଲ କରାଯିବା ପରେ ସମସ୍ତଙ୍କ ପରାମର୍ଶକ୍ରମେ କାମ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ ।