ବିଜୟ ମୁକୁଟ ପିନ୍ଧିଲେ ରବୀନ୍ଦ୍ର
ସମବାୟ ଚିନିଶିଳ୍ପ ସଭାପତି ନିର୍ବାଚନ
ଆସିକା (ଆପ୍ର): ଆସିକା ସମବାୟ ଚିନିଶିଳ୍ପର ସଭାପତି ରୂପେ ବିଜେଡି ସମର୍ଥିତ ପ୍ରାର୍ଥୀ ରବିନ୍ଦ୍ର ପଣ୍ଡା ୧୨ ଖଣ୍ଡ ଭୋଟ୍ ପାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦ ୧୫ଟି ଜୋନ୍କୁ ଗଠିତ ହୋଇଥିବା ବେଳେ ସଭାପତି ପଦ ଲାଗି ୭ ନଂ. ଜୋନ୍ ନିଦେ୍ର୍ଦଶକ ରବିନ୍ଦ୍ର ପଣ୍ଡା ଓ ୨ ନଂ. ଜୋନ୍ ନିଦେ୍ର୍ଦଶକ ପୂର୍ଣ୍ଣଚନ୍ଦ୍ର ବରାଡ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ରବିନ୍ଦ୍ର ପଣ୍ଡା ସର୍ବାଧିକ ୧୨ଟି ଭୋଟ ନିଜ ସପକ୍ଷରେ ପାଇ ବିଜୟୀ ହୋଇଥିଲେ । ଅନ୍ୟତମ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବରାଡ ମାତ୍ର ୨ଟି ଭୋଟ୍ ପାଇଥିବା ଜଣାପଡ଼ିଛି । ନିର୍ବାଚନରେ ଜଣେ ନିଦେ୍ର୍ଦଶକ ଅନୁପସ୍ଥିତ ଥିବା ଯୋଗୁଁ ସମୁଦାୟ ୧୪ ଜଣ ନିଦେ୍ର୍ଦଶକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।
ରବିନ୍ଦ୍ର ପୂର୍ବରୁ ସୋରଡା ବ୍ଲକ୍ ଅଧ୍ୟକ୍ଷ ସାଙ୍ଗକୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ, ଆସିକା ସମବାୟ ଚିନିଶିଳ୍ପ ଓ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିଦେ୍ର୍ଦଶକ ପଦବୀରେ ରହି ସାରିଛନ୍ତି । ବର୍ତ୍ତମାନ ସୋରଡା ବ୍ଲକ୍ର ସିଦ୍ଧପୁର ସେବା ସମବାୟ ସମିତିର ସଭାପତି ରୂପେ ରହିଛନ୍ତି । ରବିନ୍ଦ୍ର ନିର୍ବାଚିତ ହେବା ପରେ ଦଳୀୟ ନେତା, ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶ୍ରୀ ପଣ୍ଡା ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସାଂସଦ ପ୍ରମିଳା ବିଷୋୟୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବିଜେଡି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ସମେତ ସମସ୍ତ ଦଳୀୟ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଶ୍ରୀ ପଣ୍ଡାଙ୍କୁ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ସୂର୍ଯ୍ୟକାନ୍ତ ପରିଡା, ଶିବ ନାହାକ, ବିଭୁପାଦ ଜେନା, ନନ୍ଦ କୁମାର ବିଷୋୟୀ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବି.ମନୋଜ କୁମାର ଦୋରା, ଏସିଏମପିସିଏସ୍ର ନିଦେ୍ର୍ଦଶକ ସଚ୍ଚିଦାନନ୍ଦ ରାଉତ, ଆସିକା ଏନ୍ଏସିର ନଗରପାଳିକା ବିନେତା ସ୍ୱାଇଁ, ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ସମବାୟ କେନ୍ଦ୍ର ବ୍ୟାଙ୍କର ନିଦେ୍ର୍ଦଶକ ପ୍ରମୋଦ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଅଭିମନୁ୍ୟ ନାହାକ, ପୂର୍ବତନ ସରପଞ୍ଚ ମନୋଜ ନାହାକ, କାଉନସିଲର ନିଗମାନନ୍ଦ ରାଉତ, ଆସିକା ନଗର ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାରଣା, ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚୀଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଜଣାଇଛନ୍ତି ।