ଆଦ୍ୟାଶା ଓଜେଏସ୍ ଟପ୍ପର ପ୍ରଥମ ୩ ସ୍ଥାନରେ ୩ ଝିଅ

କଟକ/ଭୁବନେଶ୍ୱର, ୧୧ା୧୧ (ବୁ୍ୟରୋ): ଶୁକ୍ରବାର ଓଜେଏସ୍-୨୦୨୧ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବାବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ. ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ୫ମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ ସୁମୀତ୍ରା ମିଶ୍ର, ନବମରେ ସିତେଶ ମହାନ୍ତି, ଦଶମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ଅଧିକାରୀ କରିଛନ୍ତି ।
ଟପ୍ପର ହୋଇଥିବା ଆଦ୍ୟାଶା ମିଶ୍ର କହିଛନ୍ତି, ପ୍ରଥମ ସୁଯୋଗରେ ଏହି ସଫଳତା ପାଇଛି । ପରୀକ୍ଷା ଭଲ ହୋଇଥିଲା । କିନ୍ତୁ ଟପ୍ ହେବି ବୋଲି ଭାବିନଥିଲି । ଏଥିପାଇଁ ବହୁ ପରିଶ୍ରମ କରିଥିଲି ।
ଏହାଛଡ଼ା ସିନିୟରଙ୍କ ସହଯୋଗ ଓ ବାପାମାଆଙ୍କ ଆଶୀର୍ବାଦ ଥିଲା ବୋଲି ଆଦ୍ୟାଶା କହିଛନ୍ତି । ଆଦ୍ୟାଶାଙ୍କ ଘର ଅନୁଗୋଳ ଜିଲ୍ଲାରେ । ତାଙ୍କ ବାପା ଓୟୁଏଟି ପ୍ରଫେସର ଭାବେ ଚାକିରି କରୁଥିବାରୁ ସେ ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ । ଭୁବନେଶ୍ୱର ଡିଏଭିରୁ ପାଠ ପଢ଼ା ଆରମ୍ଭ କରିଥିଲେ । ଏହା ପରେ ୟୁନିଭର୍ସଟି ଲ’ କଲେଜରୁ ଏଲ୍ଏଲ୍ବି ପାସ୍ କରିଥିଲେ । ୧୨ ସ୍ଥାନ ଅଧିକାର କରିଥିବା ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି, ପ୍ରଥମ ସୁଯୋଗରେ ଏହି ସଫଳତା ମିଳିଛି । ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ଧରି ପାଠ ପଢ଼ୁଥିଲି । ବଡ଼ବାପାଙ୍କ ଗାଇଡ୍ରେ ପାଠ ପଢ଼ୁଥିଲି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *