କମ୍ବିଂ ଅପରେସନ୍ରେ ୨ ମାଓବାଦୀ ନିହତ

କୋରାପୁଟ, ୧୧ା୧୧ (ଆପ୍ର): ବୈପାରିଗୁଡା ଥାନା ମାଳିପଦର ଜଙ୍ଗଲରେ ଏସ୍ଓଜି ଏବଂ ବିଏସ୍ଏଫ୍ ପକ୍ଷରୁ ମିଳିତ କମ୍ବିଂ ଅପରେସନ ସମୟରେ ୨ ମାଓବାଦୀ ନିହତ ହୋଇଛନ୍ତି । ଏଥିସହିତ ୩ ବନ୍ଧୁକ, ଖୋକା, ଜିଲୋଟିନ, ଆଇଇଡି, ଟିଫିନ ବୋମା, ୫ ଡିଟୋନେଟର, ବିଦୁ୍ୟତ ତାର, ମୋବାଇଲ ଚାର୍ଯ୍ୟର, ତେଲୁଗୁ, ହିନ୍ଦୀ, ଓଡିଆରେ ଲିଖିତ ମାଓ ପୁସ୍ତିକା, ଗଞ୍ଜେଇ ବସ୍ତା ଆଦି ଜବତ କରାଯାଇଛି । ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ସୂଚନା ମିଳିଛି । ମାଓବାଦୀ ଗଞ୍ଜେଇ ବିକ୍ରି କରିବାକୁ ଉଦ୍ୟମ କରୁଥୁବା ସନେ୍ଦହରେ କମ୍ବିଂ କରାଯାଇଥିଲା । ରାମଗିରି ଫାଣ୍ଡିଠାରୁ ୧୨ କିଲୋମିଟର ଦୂର ମାଳିପଦର ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଗୋଇନ୍ଦା
ସୂତ୍ରରୁ ପୁଲିସ ଜାଣିବାକୁ ଗୁରୁବାର ରାତିରେ ପାଇ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ବୈପାରିଗୁଡା ଥାନାର ଆଭ୍ୟନ୍ତରୀଣ ଅଟଳଗୁଡ଼ା ଜଙ୍ଗଲରେ ଥିବା ବଦଲିପାହଦ୍ ଗ୍ରାମ ନିକଟରେ ମାଓବାଦୀ କ୍ୟାମ୍ପ କରିଥିଲେ । ଏ ସମ୍ବନ୍ଧରେ ସୂଚନା ପାଇ ୧୦ ତାରିଖରେ ମିଳିତ ବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ମାଳିପଦର ଗାଁରେ ୧୦/୧୫ ଜଣ ମାଓବାଦା ଥିବା ଜାଣି ରାତିରେ ପୁଲିସ ଘେରାବନ୍ଦୀ କରିଥିଲା । ଏହା ଜାଣିବା ପରେ ମାଓବାଦୀ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ମିଳିତ ବାହିନୀ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ପୁଲିସର ସାମନା କରି ନ ପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଛି । ଅଚିହ୍ନା ମାଓବାଦୀଙ୍କ ଶବ ୭୨ ଘଣ୍ଟା ରଖାଯିବ ଏବଂ ଦାବିଦାର ନ ଆସିଲେ ଶବ ସକ୍ରାର କରାଯିବ ବୋଲି ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍ପିଙ୍କ ସମେତ ବୈପାରିଗୁଡା ୧୫୧ ବିଏସ୍ଏଫ୍ ବାଟାଲିୟନର କମାଣ୍ଡାଣ୍ଟ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *