‘ତୃଣମୂଳସ୍ତରରେ ସରକାରୀ ସୁବିଧା ପହଞ୍ଚôଛି’

କୃଷ୍ଣପ୍ରସାଦ ବିଜେଡି ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା
ପୁରୀ (ଆପ୍ର): କୃଷ୍ଣପ୍ରସାଦ ବ୍ଲକ୍ ବିଜେଡି ପକ୍ଷରୁ ଶୁକ୍ରବାର ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା କୃଷ୍ଣପ୍ରସାଦ ବ୍ଲକ୍ରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏହି ପଦଯାତ୍ରାରେ ହଜାରହଜାର ନେତା ଓ କର୍ମୀଙ୍କୁ ସାମିଲ୍ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ତାଙ୍କ ସଂଗଠନ କେତେ ଶକ୍ତିଶାଳୀ ଆଜିର ପଦଯାତ୍ରା ଜରିଆରେ ସେ ବିରୋଧୀଙ୍କୁ ଜଣାଇଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କ ଏଭଳି ଶକ୍ତି ପ୍ରଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ବଜ୍ରକୋଟଠାରୁ ବାହାରି ପ୍ରାୟ ୫ କିମି ଦୂର ମାଲୁଦ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଦାସବର୍ମା କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ପଦଯାତ୍ରା ଜନପ୍ରତିନିଧିଙ୍କୁ ଲୋକଙ୍କ ଆହୁରି ନିକଟତର ହେବାର ସୁଯୋଗ ସୃଷ୍ଟି କରିଛି । ନିର୍ବାଚିତ ଜନପ୍ରତିନିଧି ସର୍ବଦା ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଦଗ୍ଦର୍ଶନ ଯୋଗୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଉଲ୍ଲେଖନୀୟ ବିକାଶ ସମ୍ଭବପର ହୋଇପାରିଛି । ସାଢ଼େ ୪ କୋଟି ଓଡିଶାଙ୍କ କଲ୍ୟାଣ ପାଇଁ ବିଗତ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯାହାର ସୁବିଧା ଆଜି ତୃଣମୂଳସ୍ତରରେ ପହଞ୍ଚି ପାରିଛି । ଅବହେଳିତ କୃଷ୍ଣପ୍ରସାଦ ଅଞ୍ଚଳରେ ଗଢ଼ିଉଠିଥିବା ଆଇଟିଆଇ କଲେଜ, ମାଲୁଦ ଠାରେ ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟ, ଦମକଳ କେନ୍ଦ୍ର, ମଏଁସା ଓ ବ୍ରହ୍ମପୁରକୁ ବିଦ୍ୟୁତ ସଂଯୋଗ, ତିତିପ ଠାରେ ୩୩ କେଭି ଗ୍ରୀଡ୍ ସବ୍ଷ୍ଟେସନ୍, ପ୍ରୟାଗି ଠାରୁ କୃଷ୍ଣପ୍ରସାଦ ରାସ୍ତା ଓ କୃଷ୍ଣପ୍ରସାଦ ଠାରୁ ଚାମୁଣ୍ଡିଆ ପେଣ୍ଠ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ତଥା ରୁଷିକୂଲ୍ୟା ନଦୀରୁ କୃଷ୍ଣପ୍ରସାଦକୁ ୧୮୨ କୋଟି ଟଙ୍କା ବ୍ୟୟରେ ବୃହତ ପାନୀୟ ଜଳ ପ୍ରକଳ୍ପ ଭଳି ବହୁ ଯୋଜନା ଚିଲିକା ଘେର ଭିତରେ ଥିବା ଦୀପାଞ୍ଚଳ ବିକାଶରେ ସାମିଲ ହୋଇପାରିଛି । କୃଷ୍ଣପ୍ରସାଦର ଚିଲିକା ଘେରି ଭିତରେ ଥିବା ୧୪ ପଞ୍ଚାୟତର ଏତେ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେଡିକୁ ସମର୍ଥନ ଜଣାଇବା ପୁରୁଣା ସ୍ମୃତିକୁ ପୁଣି ତାଜା କରି ଦେଇଥିବା ଶ୍ରୀ ଦାସବର୍ମା କହିଛନ୍ତି । କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣି ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ରାଜ କିଶୋର ବିଶ୍ୱାଳ, ଯୁଧିଷ୍ଠିର ନାୟକ, କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସଦର ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ସନ୍ଦିପ ଜେନା, କୃଷ୍ଣପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁ, କୃଷ୍ଣପ୍ରସାଦ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନାଙ୍କ ସମେତ ଶତାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *