ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡ୍ରେ ନେଲା ଇଡି

ଏସ୍ଆଇଟି ପଞ୍ଝାରେ ଅର୍ଚ୍ଚନା
ଭୁବନେଶ୍ୱର, ୧୧ା୧୧ (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱର ପାତ୍ରକୁ ଶୁକ୍ରବାର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ୧୦ ଦିନିଆ ରିମାଣ୍ଡରେ ନେଇଛି । ଜିଲ୍ଲା ଜଜ ୧୦ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଖଗେଶ୍ୱରକୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିଲା ।
ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଇଡି ଗତକାଲି (ଗୁରୁବାର) ଖଗେଶ୍ୱରକୁ ଉଠାଇ ନେଇଥିଲା । କାଲିଠାରୁ ଖଗେଶ୍ୱରକୁ ପଚରାଉଚରା କରିବା ପରେ ଇଡି ଶୁକ୍ରବାର ପୂର୍ବାହ୍ନରେ ଗିରଫ କରିଥିଲା । ଏହା ପରେ ଖଗେଶ୍ୱରକୁ କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ ଖଗେଶ୍ୱରକୁ ଅଧିକ ପଚରାଉଚରା କରିବା ପାଇଁ ଇଡି କୋର୍ଟରେ ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ।
ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ୱରଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଖଗେଶ୍ୱରର କେଣସି ସମ୍ପୃକ୍ତି ନାହିଁ ଓ ସେ ନିଦେ୍ର୍ଦାଷ ବୋଲି ଦର୍ଶାଇ ଖଗେଶ୍ୱର ଏହି ଆବେଦନ ଦାୟର କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ୱରଙ୍କ ନାଁରେ ଅଭିଯୋଗ ରହିଛି । ସେପଟେ ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର ଫିଟାଇବାକୁ ଇଡି ଏବେ ତନାଘନା ଚଳାଇଛି । ଏପରି ସମୟରେ ଏସ୍ଆଇଟି ସ୍କାନରକୁ ଚାଲି ଆସିଛନ୍ତି ଅର୍ଚ୍ଚନା । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି । ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍ଆଇଟି ବୈଠକ ବସିବ । ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ସେହିପରି ଖଗେଶ୍ୱର ନିକଟରୁ ଗତ ୨୦୧୭ରୁ ଅର୍ଚ୍ଚନା ଅର୍ଥ କାରବାର କରିଥିବା ଇଡି ନଜରକୁ ଆସିଛି । ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ଖଗେଶ୍ୱର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବା ପରେ ନିଜ ବ୍ୟବସାୟର କାୟା ମେଲାଇଥିଲେ । ଏପରିକିକ ନିଜ ବ୍ୟବସାୟକୁ ସେ ହଂସପାଳ ଉଠାଇ ନେଇ ସେଠାରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ଶୋ’ ରୁମ୍ କରିଥିଲେ । ଇଡିର ପ୍ରାଥମିକ ଅନୁସନ୍ଧାନରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି । ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି ।
ସୂଚନା ମୁତାବକ, ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ଖିଅ କାଢ଼ିବାକୁ ଝାଳ ବୁହାଉଛନ୍ତି ଇଡ଼ି ଅଧିକାରୀ । କାଲି ରାଜ୍ୟବ୍ୟାପି ୮ ସ୍ଥାନରେ ମାରାଥନ୍ ଚଢ଼ାଉ କରି ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତିର ସୁରାଗ୍ ହାତେଇଥିବା ଇଡ଼ି ଶୁକ୍ରବାର ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ବାନ୍ଧିଛି । ଅର୍ଚ୍ଚନା ଓ ଜଗବନ୍ଧୁ ଭଳି ସମାନ ଦଫାରେ ଛନ୍ଦି ହୋଇଛନ୍ତି ଖଗେଶ୍ୱର । ତାଙ୍କ ବିରୋଧରେ ୧୬ ଦଫା ଲାଗିଛି ।
ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଯାଞ୍ଚବେଳେ ୨୦୧୭ ପରଠୁ ଦେଢ଼ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ଡିପୋଜିଟ୍ ହୋଇଥିବା ଜଣାପଡ଼ିଛି । ତାହା ପୁଣି ରାଜ୍ୟର ବିଭିନ୍ନ ଏଟିଏମ୍ ଏବଂ ବ୍ୟାଙ୍କ ଜରିଆରେ ଲକ୍ଷେ, ଦୁଇ ଲକ୍ଷ ଟଙ୍କା ବହୁବାର ଜମା ହୋଇଛି । ତେବେ କିଏ ଡିପୋଜିଟ୍ କରିଛି ଏତେ ପରିମାଣର ଅର୍ଥ? କାହିଁକି ଦିଆଯାଉଥିଲା ଟଙ୍କା? ତାକୁ ନେଇ ଇଡ଼ି ଖୋଳତାଡ଼ କରିବା ସହ ନାଗ-ଚାନ୍ଦ ଦମ୍ପତ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି । ଯଦି ଉଭୟଙ୍କୁ ଇଡ଼ି ରିମାଣ୍ଡରେ ନିଏ, ତାହେଲେ ସାମ୍ନାକୁ ଆସିବ କି ହନିଟ୍ରାପ୍ରେ ଫସିଥିବା ମାଳ ମାଳ ନେତା, ମନ୍ତ୍ରୀଙ୍କ ଅସଲ ଚେହେରା? ହେଲେ ପୁଲିସର ନିରବତା ପରେ ପରେ ଇଡି ଓ ଏସ୍ଆଇଟି ଏଭଳି ତତ୍ପରତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *