ଅର୍ଚ୍ଚନାଙ୍କ ଘରେ ଇଡି
ଭୁବନେଶ୍ୱର, ୧୦ା୧୧ (ବୁ୍ୟରୋ): ହନିଟ୍ରାପ୍ ତଥା ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା ଅର୍ଚ୍ଚନା ନାଗଙ୍କ ଘର ସମେତ ୮ ସ୍ଥାନରେ ଗୁରୁବାର ସକାଳୁ ଇଡି ରେଡ ହୋଇଛି । ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଏହି ଖୋଳତାଡ଼ ଆରମ୍ଭ ହୋଇଛି । ସବୁଠି ସିଆରପିଏଫ କର୍ମୀ ମୁତୟନ ହୋଇଛନ୍ତି । କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର୍ ଶୋ’ରୁମ୍ରେ ଚଢ଼ାଉ କରାଯାଇଛି । ଏହାବାଦ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଏକକାଳୀନ ସକାଳୁ ଇଡି ରେଡ କରିଛି ।
ବଡ଼ କଥା ହେଲା ଗୁରୁବାର ସନ୍ଧ୍ୟାରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଇଛି ଇଡି । ଖଗେଶ୍ୱରଙ୍କ ଗାଁ ବାଲିପାଟଣାର ଗଙ୍ଗେଶ୍ୱରରୁ ଉଠାଇନେଇଛି ଇଡି । ଖଗେଶ୍ୱରକୁ ଉଠାଇନେଇ ପଚରାଉଚରା କରୁଥିବା ଜଣାପଡ଼ିଛି । ଅର୍ଚ୍ଚନା ନାଗ ମାମଲାରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ୍ କାର୍ ବିଜନେସ୍ରେ କେତେ ଅର୍ଥ ବିନିଯୋଗ କରିଛନ୍ତି ନାଗ-·ନ୍ଦ ଦମ୍ପତି? ଏ ସବୁର ଖୋଳତାଡ଼ କରି ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍ରେ ଇଡି ରେଡ୍ କରିଥିଲା । ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ । ୨୦୧୯ ପରେ ଖଗେଶ୍ୱର ନିଜ ବ୍ୟବସାୟକୁ ହଂସପାଳ ଉଠାଇ ନେଇଥିଲେ ।
ଇଡିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିଲେ । ତା’ସହ ଆର୍ଥିକ କାରବାର ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ମିଳିଛି । ଆଶଙ୍କା କରାଯାଉଛି, ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଛି । ତେବେ କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ? ସେନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡି ଆଡ଼କୁ ଇଙ୍ଗିତ କରିଛନ୍ତି ।
ସୂଚନାଯୋଗ୍ୟ, ଜଳେଶ୍ୱରରେ ଜଗବନ୍ଧୁଙ୍କ ଘର ଉପରେ ସକାଳୁ ଇଡି ରେଡ କରିଛି । କିନ୍ତୁ ପୂର୍ବରୁ ଏନେଇ ସୂଚନା ପାଇ ଘରେ ତାଲା ପକାଇ ତାଙ୍କ ବାପା ମା’ଓ ଭାଇ ଫେରାର ହୋଇଯାଇଛନ୍ତି । ତେବେ ଇଡି ଟିମ୍ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଛି । ଅର୍ଚ୍ଚନାଙ୍କ ବ୍ଲାକମନିକୁ ଖଗେଶ୍ୱର ବିଜନେସ ମାଧ୍ୟମରେ ହ୍ୱାଇଟ କରୁଥିବା ଚର୍ଚ୍ଚା ହେଉଛି ।
ପ୍ରାୟତଃ ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ଅର୍ଚ୍ଚନା । ରାଜଧାନୀ ଛାତି ଉପରେ ଆଲିସାନ ବଙ୍ଗଳା, ଦାମୀ ଦାମୀ ଗାଡ଼ି, ଆସବାବପତ୍ର ସହ ମୂଲ୍ୟବାନ ଅଳଙ୍କାରରେ ଛାଇ ହୋଇ ରହୁଥିଲେ ଅର୍ଚ୍ଚନା । ତେଣୁ ତାଙ୍କ ରୋଜଗାରର ମାଧ୍ୟମ କ’ଣ ଥିଲା, କେଉଁଠୁ ଏତେ ଟଙ୍କା ଆସୁଥିଲା, ଏହାର ଉଦେ୍ଦଶ୍ୟ କ’ଣ ତାହାର କାରଣ ଖୋଜୁଛି ଇଡି । ତାଙ୍କ ଅପରାଧର ନେଟୱର୍କ କେତେ ବ୍ୟାପକ, ତା କଳାଧନ୍ଦା କିଭଳି ·ଲୁଥିଲା ସେସବୁ ରହସ୍ୟ ଉପରୁ ଇଡି ପରଦା ହଟାଇବ ବୋଲି ଆଶା କରାଯାଉଛି । ଅର୍ଚ୍ଚନା ଗିରଫ ହେବା ପରଠୁ, ସେ ଇଡିର ସ୍ମାନରକୁ ଆସିଥିଲେ । ଚଢ଼ାଉ ପରେ ଇଡି ହାତରେ କ’ଣ ତଥ୍ୟ ଲାଗୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।