ପ୍ରଶାସନର ହସ୍ତକ୍ଷେପ ପରେ ଚାଲିଲା କୋଇଲା ଟ୍ରକ୍

ଛେଣ୍ଡିପଦା (ଆପ୍ର): ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଦୈନନ୍ଦିନ ହଜାର ହଜାର କୋଇଲା ବୋଝେଇ ଭାରିଯାନ ଦିନରାତି ଚାଲୁ ଥିବାବେଳେ କୋଶଳା ଗ୍ରାମବାସୀ ଧୂଳି ଧୂଆଁରେ ଅତିଷ୍ଠ ହୋଇ ପଡିଥିଲେ । ଏହାକୁ ନେଇ କୋଶଳା ଗ୍ରାମବାସୀ, ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଶାସନ ସହିତ ଆଲୋଚନା କରାଯାଇ ଏକ ନିର୍ଦ୍ଦିଷ୍ଟ ସମୟରେ କୋଇଲା ବୋଝେଇ ଭରିଯାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟ ରାଜପଥ ୬୮ ଉପରେ କୋଇଲା ବୋଝେଇ ଭରିଯାନ ଚଳାଚଳ କରୁଥିଲା । ଏହାର କିଛି ଦିନପରେ ପୁନଃର୍ବାର ୨୪ ଘଣ୍ଟିଆ କୋଇଲା ବୋଝେଇ ଭାରୀଯାନ ଚଳାଚଳ ଆରମ୍ଭ ହୋଇଗଲା । ଯାହାକୁ ନେଇ କୋଶଳା ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିବା ସହ ଭାରୀଯାନ ଚଳାଚଳକୁ ସାମୟିକ ଭାବେ କରିବାକୁ ପ୍ରସାଶନ ନିକଟରେ ଫେରାଦ ହୋଇଥିଲେ । ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେବାରୁ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଗତ ୫ ତାରିଖ ଠାରୁ ଗ୍ରାମ ଭିତରଦେଇ କୋଇଲା ଟ୍ରକ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ୫ ଦିନଧରି କୋଶଳା ଦେଇ କୈାଣସି କୋଇଲା ବୋଝେଇ ଟ୍ରକ୍ଚାଲି ନଥିଲା ଏବଂ କୋଶଳା ଗ୍ରାମର ଗ୍ରାମବାସୀ, ବିଭିନ୍ନ କ୍ଳବ ଓ ଯୁବଗୋଷ୍ଠୀ ସଂଗଠନର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇ ରାସ୍ତା ରୋକୋ କରିଥିଲେ । ବିଶେଷକରି ଗ୍ରାମବାସୀଙ୍କ ପକ୍ଷରୁ ବାଇପାସ ରାସ୍ତା ତିଆରି କରି ଭାରିଯାନ ଚଳାଚଳ ପାଇଁ ପ୍ରଶାସନ ଠାରେ ଅନୁରୋଧ କରାଯାଇଥିଲା । ବାଇପାସ ରାସ୍ତା ନିର୍ମାଣରେ ପ୍ରଶାସନଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।
ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେହେଁ ଏହାର କିଛି ସୁଫଳ ମିଳିନଥିଲା । ତେବେ ମଙ୍ଗଳବାର ଛେଣ୍ଡିପଦା ବିଧାୟକଙ୍କ ନେତୃତ୍ୱରେ ଭାରିଯାନ କୋଇଲା ଗାଡିର କର୍ମକର୍ତ୍ତା, ଛେଣ୍ଡିପଦା ଥାନା ଅଧିକାରୀ, କୋଶଳା ଗ୍ରାମର କର୍ମକର୍ତ୍ତା, ସରପଞ୍ଚ ଓ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାତ୍ରୀ ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଭାରିଯାନ କୋଇଲା ବୋଝେଇ ଗାଡି ଚଳାଚଳ କରିବାନେଇ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତିର ଗୋଟିଏ ଦିନ ନପୂରୁଣୁ ଗତ ବୁଧବାର ଦିନ ଅନୁଗୋଳ ଜିଲ୍ଲାପାଳ ଏକ ନିଦେ୍ର୍ଦଶନାମା ଜାରି କରିଥିଲେ । ଯେଉଁ ନିଦେ୍ର୍ଦଶନାମାରେ ଜାତୀୟ ରାଜପଥ କିମ୍ବା ରାଜ୍ୟରାଜପଥ ଉପରେ ଭାରିଯାନ ଚଳାଚଳ ସ୍ୱାଭାବିକ ଭାବେ ହେବ, ରାସ୍ତାରେ ଆଗରୁ ଗାଡିଚଳାଚଲକୁ ନେଇ ଆଗରୁ ରହିଥିବା ସବୁ କଟକଣାକୁ ରଦ୍ଦ କରିବା ସହ ଆବଶ୍ୟକ ସମୟରେ ସାମୟିକ ଭାବେ ରାସ୍ତା ପରିବର୍ତ୍ତନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ଏହି ନିଦେ୍ଦର୍ଶନାମାକୁ ନେଇ ଗ୍ରାମବସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଦେ୍ର୍ଦଶନାମା ଜାରି କରିବା ପରେ କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଂକା କରି ଗୁରୁବାର ସକାଳ ଠାରୁ କୋଶଳା ରାସ୍ତାର ସିମିଳି ସାହିଠାରୁ ଚନ୍ଦନ ନଗର ଛକ ପର୍ଯ୍ୟନ୍ତ ପୁଲିସ ଛାଉଣୀ ହୋଇଯାଇଥିଲା । ଜଣେ ଆଡିସନାଲ ଏସ୍ପି, ଜଣେ ଡିଏସ୍ପି, ତିନି ଆଇଆଇସି ଏବଂ ୩ ପ୍ଲାଟୁନରୁ ଊଦ୍ଧ୍ୱର୍ ପୁଲିସ ସହାୟତାରେ ପୂର୍ବଭଳି କୋଇଲା ବୋଝେଇ ଭାରିଯାନ ଗୁଡିକ ଚଳାଚଳ କରୁଛି । ଯାହାକୁ ନେଇ କୋଶଳା ଗ୍ରାମବାସୀ, ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଏବଂ ବିଭିନ୍ନ କ୍ଲବ୍ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହିତ ପ୍ରଶାସନର ଏହା ଦବଙ୍ଗଗିରି ବୋଲି ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *