ସରକାରୀ ଡାକ୍ତରଖାନାରେ ଦଲାଲ ରାଜ୍: କାର୍ଯ୍ୟାନୁଷ୍ଠାନ ଦାବି

ମାହାଙ୍ଗା (ଆପ୍ର): ସରକାରୀ ଡାକ୍ତରଖାନା ଗୁଡ଼ିକରେ ଦଲାଲଙ୍କ ଉଚ୍ଛେଦ ନିମନ୍ତେ ରାଜ୍ୟର ସମସ୍ତ ମେଡିକାଲ କଲେଜ, ସରକାରୀ ଡାକ୍ତରଖାନା ଗୁଡିକରେ ଏହି ନିୟମ କାର୍ଯ୍ୟକାରୀବାକୁ ନିଦେ୍ର୍ଦଶ ଦେଇଥିଲେ । ବର୍ତ୍ତମାନ ଦେଖାଯାଉଛି ଯେ, ସରକାରୀ ଡାକ୍ତରଖାନା ଗୁଡିକରେ ଏବେ ଦଲାଲ ସକ୍ରିୟ ରହିଛନ୍ତି । ରାଜ୍ୟସରକାରଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଫାଇଦା ଉଠାଇବା ପାଇଁ ଗ୍ରାମାଞ୍ଚଳ ଗରିବଙ୍କୁ ପ୍ରଲୋଭନ ଦେଖାଇ ବେସରକାରୀ ଡାକ୍ତରଖାନା ଗୁଡିକରେ ଚିକିସôା କରାଇବା ପାଇଁ ସେମାନଙ୍କୁ ଭର୍ତ୍ତିକରାଇ ଏକ ପ୍ରକାର ଶୋଷଣ କରୁଥିବା ବର୍ତ୍ତମାନ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡୁଛି । ମାହାଙ୍ଗା ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଦଲାଲ୍ ପ୍ରଭାବରୁ ମୁକ୍ତି ନୁହନ୍ତି ।
ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୁତିବିଭାଗର ଡାକ୍ତର ନଥିବାରୁ ଏଠାକୁ ପ୍ରସବ କରାଇବା ନିମନ୍ତେ ଆସୁଥିବା ରୋଗୀମାନଙ୍କୁ କେତେକ ଦଲାଲ ପ୍ରଲୋଭନ ଦେଖାଇ ବିଭିନ୍ନ ବେସରକାରୀ ର୍ନସିଂହୋମକୁ ନେଉଥିବା ଅଭିଯୋଗ ଦୀର୍ଘଦିନ ଧରି ସର୍ବସାଧାରଣରେ ହୋଇଆସୁଅଛି । ମାହାଙ୍ଗା ସରକାରୀ ଡାକ୍ତରଖାନା ଅଛି ହେଲେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ବୋଲି ଚର୍ଚ୍ଚା ହେଉଛି । ପାଳିକରି ଡାକ୍ତରମାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଅଭିଯୋଗ ହେଉଛି । ଏଣୁ ନିରୁପାୟ ହୋଇ ରୋଗୀମାନେ ବେସରକାରୀ ଡାକ୍ତରଖାନାରେ ଭଲ ସ୍ୱାସ୍ଥ୍ୟସେବା ପାଇବାର ଆଶାନେଇ ଦଲାଲଙ୍କ ହାବୁଡରେ ପଡୁଥିବା ଅଭିଯୋଗ ହେଉଛି । ଗତ ୫ବର୍ଷ ମଧ୍ୟରେ କେତେ ଗର୍ଭବତୀ ମହିଳା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ କରାଇବା ପାଇଁ ଆସିଛନ୍ତି ଓ ସେଠାରେ ପ୍ରସବ କରାଇ କେତେ ଫେରିଛନ୍ତି ସେ ସମ୍ପର୍କରେ ତଦନ୍ତ କରାଗଲେ ସଠିକ୍ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଦାବି ହେଉଛି । ଅପରପକ୍ଷେ ମାହାଙ୍ଗା ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କେଉଁ ଦଲାଲମାନେ କାର୍ଯ୍ୟକରୁଛନ୍ତି ସେ ସମ୍ପର୍କରେ ରାଜ୍ୟସ୍ୱାସ୍ଥ୍ୟବିଭାଗ ତଦନ୍ତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *