ସ୍ଥାୟୀ ନିଯୁକ୍ତି: ଜିଲ୍ଲାପାଳଙ୍କୁ ଠିକାକର୍ମଚାରୀଙ୍କ ଦାବିପତ୍ର

ଯାଜପୁର (ଆପ୍ର): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଠିକା କର୍ମଚାରୀ କୁସୁମା ପାର୍କ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟରତ ଥାଇ ମଧ୍ୟ ସରକାର ସ୍ଥାୟୀ ନିଯୁକ୍ତି କରୁନାହାଁନ୍ତି । ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।
ରାଜ୍ୟ ସରକାର ଅନ୍ୟ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧିନରେ କାର୍ଯ୍ୟରତ ୧୦ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରି ନ ଥିଲେ । ରାଜ୍ୟ ସରକାର ଅନ୍ୟ ବିଭାଗରେ କାର୍ଯ୍ୟରତ ୫୭ହଜାର ଠିକା କର୍ମଚାରୀଙ୍କ ଚାକିରି ନିୟମିତ କରିଥିଲେ ମଧ୍ୟ ଉପରୋକ୍ତ ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରାଯାଇନାହିଁ । ସରକାର ଦାବିପ୍ରତିକୁ ଗୁରୁତ୍ୱ ନ ଦେଲେ ନଭେମ୍ବର ୧୧ ତାରିଖରୁ କର୍ମଚାରୀ ସରକାରଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଠିକା କର୍ମଚାରୀ ମହାସଂଘ ଯାଜପୁର ଶାଖା ସଭାପତି ବିନୋଦ ବିହାରୀ ସାହୁ, ସମ୍ପାଦକ କୈବଲ୍ୟ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଠିକା କର୍ମଚାରୀ ବିକ୍ଷୋଭରେ ସାମିଲ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *