କିଙ୍ଗ୍ ଚାର୍ଲସ୍ଙ୍କୁ ଅଣ୍ଡାମାଡ଼
ୟର୍କ, ୯ ।୧୧: ବ୍ରିଟେନ୍ର କିଙ୍ଗ୍ ଚାର୍ଲସ୍ ଓ ତାଙ୍କ ପନôୀ କୁଇନ୍ କାମିଲାଙ୍କ ଉପରକୁ ବୁଧବାର ଅଣ୍ଡାମାଡ ହୋଇଛି । ତାଙ୍କୁ ଲକ୍ଷ୍ୟ କରି କ୍ରମାଗତ ୪ଟି ଅଣ୍ଡା ଫିଙ୍ଗିଥିବା ଉନ୍ମାଦ ଯୁବକକୁ ପୁଲିସ୍ ଗିରଫ କରିଛି । ଏକ ପାରମ୍ପରିକ ସମାରୋହରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଚାର୍ଲସ୍ ସପରିବାର ଉତ୍ତର ଇଂଲଣ୍ଡ ଅନ୍ତର୍ଗତ ୟର୍କକୁ ଦୁଇଦିନିଆ ଗସ୍ତରେ ଆସିଥିବା ବେଳେ ସୁରକ୍ଷା ବନେ୍ଦାବସ୍ତରେ ଗୁରୁତର ତ୍ରୁଟି ଯୋଗୁଁ ଏପରି ଘଟଣା ଘଟିଛି । ଅଣ୍ଡା ମାଡ କରିଥିବା ଯୁବକ ପାଟ୍ରିକ୍ ଟେଲ୍ୱେଲ୍ ନାରାବାଜି କରିବା ସହ ଅଣ୍ଡା ଫିଙ୍ଗିଥିଲା ।
୪ଟିରୁ ଗୋଟିଏ ଅଣ୍ଡା ଚାର୍ଲସ୍ଙ୍କ ଗୋଡ ପାଖରେ ପଡିଥିଲା । ଏଥିରେ ରାଜା ଚାର୍ଲସ୍ ସାମାନ୍ୟ ବିଚଳିତ ହୋଇ କ୍ଷଣକ ପାଇଁ ପାଖରେ ପଡିଥିବା ଅଣ୍ଡାକୁ ଚାହିଁଥିବାର ଫଟୋ ସୋସାଲ୍ ମିଡିଆରେ ଭାଇରାଲ୍ ହେଉଛି । ଉପସ୍ଥିତ ଜନତା ‘ସେମ୍ ଅନ୍ ୟୁ’ ବୋଲି ତାକୁ ତିରସ୍କାର କରିବା ସହ ‘ଗଡ୍ ସେଭ୍ ଦ କିଙ୍ଗ୍’ ଧ୍ୱନି ଦେଇଥିଲେ । ପୁଲିସ୍ ଉକ୍ତ ଯୁବକକୁ ସର୍ବସାଧାରଣରେ ଅପରାଧ ଅଭିଯୋଗରେ ଗିରଫ କରି ମାମଲା ରୁଜୁ କରିଛି । ପୁଲିସ୍ ରେକର୍ଡ ଅନୁଯାୟୀ ଏହି ଯୁବକ ପରିବେଶ ସୁରକ୍ଷା ଆନେ୍ଦାଳନ ‘ଏକ୍ସଟିନ୍ସନ୍ ରିବେଲିୟନ୍’ର ଜଣେ ସଦସ୍ୟ ଥାଇ ବିକ୍ଷୋଭ କରି ଏକାଧିକବାର ଗିରଫ ହୋଇଥିଲା ।