୬ ମୃତ ଥରିଲା ଦିଲ୍ଲୀ-ଏନ୍ସିଆର ସମେତ ଉତ୍ତର ଭାରତ
ନେପାଳରେ ୬.୩ ତୀବ୍ରତାର ଭୂକମ୍ପ,
ନୂଆଦିଲ୍ଲୀ (ଏଜେନ୍ସି): ନେପାଳରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଯାଇଛି । ନେପାଳ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଭୂକମ୍ପଜନିତ କେତେକ ଅଘଟଣରେ ୬ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ଭୂମିକମ୍ପ ଯୋଗୁଁ ନେପାଳର ଅନେକ ସ୍ଥାନରେ ଘରଦ୍ୱାର ମଧ୍ୟ ଭାଙ୍ଗିପଡ଼ିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେନାବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପରେ ନେପାଳର ଡୋଟି ଜିଲ୍ଲା ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି ।
ନ୍ୟାସନାଲ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିବା ବେଳେ ଭାରତର କେତେକ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏନ୍ସିଆର ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ଲୋକେ ଭୂକମ୍ପର ଝଟ୍କା ଅନୁଭବ କରିଥିବା କହିଛନ୍ତି । ହରିଆଣାର ଚଣ୍ଡିଗଡ଼, କରନାଲ, ରୋହତକ, ପାନିପଥ ସମେତ ପ୍ରାୟ ସମସ୍ତ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା ।