ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, ଲଢ଼ି ବିଜୟୀ ହୁଅ

ସେନାକୁ ଜିନ୍ପିଙ୍ଗ୍ଙ୍କ ନିଦେ୍ର୍ଦଶ
ବେଜିଂ (ଏଜେନ୍ସି): ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ନିଜ ୨ଠ ଲକ୍ଷ ସୈନ୍ୟବଳ ଥିବା ସେନାବାହିନୀ (ବିଶ୍ୱର ସର୍ବବୃହତ୍ ସେନାବାହିନୀ)କୁ ‘ଯୁଦ୍ଧ’ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ବିଜୟୀ ହେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଗତ ମାସରେ ଚୀନ୍ କମାଣ୍ଡର ଇନ୍ ଚିଫ୍ (୩ୟ ଥର, ୫ବର୍ଷ ପାଇଁ) ଭାବେ ନିର୍ବାଚିତ ହେବା ପରେ ଜିନପିଙ୍ଗ୍ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମ୍ସି)ର ମିଳିତ ଅପରେଶନ କମାଣ୍ଡ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ନିଜ ତିନି ସେନାବାହିନୀଙ୍କୁ ସଦାସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
୬୯ ବର୍ଷୀୟ ଜିନ୍ପିଙ୍ଗ୍ କହିଛନ୍ତି, ଚୀନ୍ର ଜାତୀୟ ତଥା ଆଭ୍ୟନ୍ତରୀଣ ସୁରକ୍ଷା ଏବେ ବିପଦରେ ପଡ଼ିଯାଇଥିବା ବେଳେ ଏହାକୁ ସୁରକ୍ଷା ଦେବା ଦିଗରେ ଏକ ବଡ଼ ଧରଣର ‘ଯୁଦ୍ଧ’ର ଆବଶ୍ୟକତା ସୃଷ୍ଟି ହୋଇଥିବା ନେଇ ସେ ଆଶଙ୍କା କରୁଛନ୍ତି । ସୁତରାଂ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଏହାର ସାମରିକ ତାଲିମ ଏବଂ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ବ୍ୟାପକ କରିବା ଉଚିତ୍ । ଜିନ୍ପିଙ୍ଗ୍ ନିଜ ଭାଷଣରେ କହିଛନ୍ତି, ପିଏଲଏ ନିଜର ଅଧାଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ଏସବୁର ପରିଚାଳନା ଦିଗରେ ଦୃଢ଼ ଏବଂ ସ୍ଥିର ହେବା ଆବଶ୍ୟକ । ଏପରି ହେଲେ ଚୀନ୍ ନିଜ ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବାକୁ, ସଙ୍କଟ ଏବଂ ଦ୍ୱନ୍ଦ୍ୱକୁ ରୋକିବାରେ ସମର୍ଥ ହୋଇପାରିବ । ଏପରିକି ଯୁଦ୍ଧ ପରିସ୍ଥିତିକୁ ମଧ୍ୟ ସହଜରେ ମୁକାବିଲା କରିବା ସହ ବିଜୟୀ ହୋଇପାରିବ ।
କ୍ରମାଗତ ୩ଥର ପାଇଁ (ପଞ୍ଚ ବାର୍ଷିକୀ) ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିନ୍ପିଙ୍ଗ୍ ନିଜ ୩ ସେନାବାହିନୀକୁ ଆହ୍ୱାନ ଦେଇ ପରସ୍ପର ମଧ୍ୟରେ ବିଶ୍ୱସ୍ତତା ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ କହିଛନ୍ତି । ଚୀନ୍ ସାମରିକ କମାଣ୍ଡ ଗଠନର ଲକ୍ଷ୍ୟ ବିଶ୍ୱସ୍ତ, ଯୁଦ୍ଧରେ ପାରଙ୍ଗମ, କମାଣ୍ଡରେ ପାରଙ୍ଗମ ଏବଂ ଜିତିବାରେ ସକ୍ଷମ ହେବା ଉଚିତ୍ ବୋଲି ସେ କହିଛନ୍ତି । ଜିନ୍ପିଙ୍ଗ୍ ନିଜ ସେନା ମୁଖ୍ୟମାନଙ୍କୁ ମଧ୍ୟ ସୈନିକଙ୍କ ମଧ୍ୟରେ ସାମରିକ ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ ତଥା ନୂତନ ଯୁଗରେ ସେମାନଙ୍କର ମିଶନ ଏବଂ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ପୂରଣ କରିବାକୁ ଆହ୍ୱାନ ଦେଇଛନ୍ତି । ଜିନ୍ପିଙ୍ଗ୍ଙ୍କ କହିବାନୁସାରେ ଶତାବ୍ଦୀରେ ଅଦୃଶ୍ୟ ପରିବର୍ତ୍ତନଗୁଡକ ଅତ୍ୟନ୍ତ ତୀବ୍ର ବେଗରେ ଘଟୁଛି । ଏହିକ୍ରମେ ଚୀନ୍ ମଧ୍ୟ ନିଜ ଆଭ୍ୟନ୍ତରୀଣ ତଥା ଜାତୀୟ ସୁରକ୍ଷାକୁ ନେଇ ଅସ୍ଥିରତା, ଅନିଶ୍ଚିତତା ଅନୁଭବ କରୁଛି । ଏଭଳି ସ୍ଥିତିରେ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ଉଭୟ ସୁଯୋଗ ଏବଂ ବିପଦ ପାଇଁ ଚୀନ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ ।
ଚୀନ୍ରେ ଶାସକ ଦଳ କମୁ୍ୟନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିପିସି)ର ମହାସଚିବ ଭାବେ କ୍ରମାଗତ ୩ୟ ଥର ପାଇଁ ମନୋନୀତ ହେବା ସହ ଚୀନ୍ର ରାଷ୍ଟ୍ରପତି ପଦ ମଧ୍ୟ ଜିନ୍ପିଙ୍ଗ୍ ବଜାୟ ରଖିଛନ୍ତି । ଏତଦ୍ବ୍ୟତୀତ ସେ ଦେଶର ସେନାବାହିନୀ (ପିଏଲଏ)ର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱକୁ ନିଜ ପାଖରେ ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *