୩୪୭ ଆଦିବାସୀ ପରିବାରକୁ ଜମିପଟ୍ଟା ବଣ୍ଟନ
ଦାନଗଦି (ଆପ୍ର): ଏ ଜମିର ମାଲିକ ଆପଣ କାର୍ଯ୍ୟକ୍ରମରେ ଦାନଗଦି ବ୍ଲକ ର ୬୬୦ଆଦିବାସୀ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ ଥିବାବେଳେ ଆଜି ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ତହସିଲ୍ ଅଧୀନରେ ଥିବା ଜଙ୍ଗଲରେ ଘର କରି ରହୁଥିବା ଆଦିବାସୀ ପରିବାରଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବାର ପ୍ରୟାସ ଜାରିରହିଛି । ଆଜି ଦାନଗଦି ତହସିଲ ଅଫିସ ଆସି ପାରୁନଥିବା ପରିବାରଙ୍କୁ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଶାଳିଜଙ୍ଗା ପଞ୍ଚାୟତର ୨୩୭ ପରିବାର ଓ କିଆଝର ପଞ୍ଚାୟତର ୧୧୦ଙ୍କୁ ଜଙ୍ଗଲ ଜମି ଅଧିକାରୀ ଆଇନ ଆଧାରରେ ସ୍ଥାୟୀ ଜମିପଟ୍ଟା ପ୍ରଦାନ ହୋଇଛି ଏବଂ ବିଗତ ଦିନରେ ପ୍ରଦାନ କରାଯିବା । ବିଗତ ବର୍ଷରେ ଦାନଗଦୀ ବ୍ଲକର ୩୯୦୫ ଆଦିବାସୀ ପରିବାରକୁ ଜମିପଟ୍ଟା ପ୍ରଦାନ ହୋଇଛି । ସେମାନଙ୍କ ମଧ୍ୟରୁ କିଛି ଝାଟିମାଟି ଘରେ ରହୁଥିବା ପରିବାରଙ୍କୁ ପକ୍କାଘର ନିର୍ମାଣ ପାଇଁ ସହାୟକ ହେବ ଜମିପଟ୍ଟା । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଦାନଗଦି ତହସିଲଦାର ନର୍ମତା ମୋଦି, ୯ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ, ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ, ଉପାଅଧ୍ୟକ୍ଷ ଅଜୟ ବିନ୍ଧାଣି, ବିଧାୟକଙ୍କ ପ୍ରୀତିନିଧି ପ୍ରଦୀପ କୁମାର ମହାନ୍ତି, ଶାଳିଜଙ୍ଗା ପଞ୍ଚାୟତ ସରପଞ୍ଚ ବିଜୟଲଷ୍ମୀ ଦାସ, ପଞ୍ଚାୟତ ବିଜେଡି ସଭାପତି ଅଧର ମିଶ୍ର, ସ୍ଥାନୀୟ ଜନସାଧାରଣ ଓ ପଞ୍ଚାୟତର ବରିଷ୍ଠ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏହାସହ ଦାନଗଦୀ ବ୍ଲକରେ ରାସ୍ତାର ଉନ୍ନତି ଆଣି ଗମନା ଗମନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରୟାସ କରିଛନ୍ତି । ସେଥିପାଇଁ ପ୍ରାୟ ୮ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟରେ ୨ଟି ରାସ୍ତାର ଉନ୍ନତି କରଣର ଶୁଭ ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼ାଇ । ଫଳରେ କିଆଝର, ଓସ୍ତପାଳ ଏବଂ ଦେଉଳକଣ ପଞ୍ଚାୟତବାସୀ ଉପକୃତ ହୋଇ ପାରିବେ ।