ଭିଡ଼ ଅସମ୍ଭାଳ: ପଡ଼ିଆରେ ଛାଡ଼ଖାଇ
ବାଲିଯାତ୍ରାର ଦ୍ୱିତୀୟ ସନ୍ଧ୍ୟା
କଟକ (ବୁ୍ୟରୋ): ଐତିହାସିକ ବାଲିଯାତ୍ରାର ଆଜି ଥିଲା ଦ୍ୱିତୀୟ ଦିବସ । ଏଥର ଛାଡଖାଇ ବୁଧବାରରେ ପଡିଥିବାରୁୁ ଆମିଷ ପ୍ରିୟ ଲୋକେ ବାଲିଯାତ୍ରା ପଡିଆରେ ଛାଡଖାଇ ପାଳିଥିଲେ । ଉପର ଓ ତଳ ପଡିଆର ଆମିଷ ଖାଦ୍ୟ ଷ୍ଟଲମାନଙ୍କରେ ଦିନ ତମାମ ଭିଡ ପରିଲକ୍ଷିତ ହୋଇଥିଲା । ବିଶେଷକରି ଆମିଷ ଖାଇବାକୁ ଲୋକମାନେ ଷ୍ଟଲ ମାନଙ୍କରେ ଗହଳି ଲଗାଇଥିବାର ଦେଖାଯାଇଥିଲା । ଚିକେନ ଫ୍ରାଏ, ଚିଲି ଚିକେନ. ଚିକେନ ପକୋଡା, ଅଣ୍ଡା ଚପ୍, ମାଛ ଚପ୍, ମଟନ ବିରିୟାନୀ, ଚିଙ୍ଗୁଡି ଚପ୍, ଚାଓମିନ୍, ଏଗ୍ ଚିକେନ ରୋଲ୍ ଆଦି ଖାଇବାକୁ ଷ୍ଟଲ ମାନଙ୍କରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଆଜି ପାଖାପାଖି ୧ ଲକ୍ଷରୁ ଊଦ୍ଧ୍ୱର୍ ଜନସମାଗମ ହୋଇଥିଲା ।