ମହାପ୍ରଭୁଙ୍କ ଆଶିଷ ନେବେ ମହାମହିମ

ପୁରୀ, (ବୁ୍ୟରୋ): ଦୁଇ ଦିନିଆ ପୁରୀ ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରେ ସକାଳ ସାଢେ ୯ଟାରେ ସେ ପହଞ୍ଚôବେ । ପୂର୍ବହ୍ନ ୧୧.୪୦ ସେ ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ଏକ ଘଣ୍ଟା (୧୨ଟାରୁ ୧ଟା) ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତଙ୍କ ପକ୍ଷରୁ ଜନାର୍ଦ୍ଦନ ପାଟଯୋଶୀ ସ୍ୱାଗତ କରି ଶ୍ରୀମନ୍ଦିରକୁ ପାଛୋଟି ନେବେ । ଶ୍ରୀମନ୍ଦିର ଗର୍ଭଗୃହ ନିକଟରେ ସପରିବାର ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମହାମହିମ । ତା’ପରେ ମା’ ବିମଳା, ଲକ୍ଷ୍ମୀଙ୍କ ମନ୍ଦିର ସମେତ ବେଢା ପରିକ୍ରମା କରିବେ । ଦୀର୍ଘ ୧ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଶ୍ରୀମନ୍ଦିର ପରିସରରେ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି । ଦର୍ଶନ ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନକୁ ଯାଇ ମଧ୍ୟାହ୍ନ ଭୋଜନ କରିବେ । ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଦିନ ୧୦.୩୦ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ଦର୍ଶନ ସାରି ଶ୍ରୀମନ୍ଦିରରୁ ଫେରିବା ପରେ ପୂର୍ବପରି ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଶ୍ରୀମନ୍ଦିରରୁ ରାଜଭବନ ଅଭିମୁଖେ ଯାଇ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ । ଅପରାହ୍ଣ ୨.୩୦ରେ ରାଜଭବନରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ । ଅପରାହ୍ଣ ୩ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *