ଆମ୍ବଡହରା ପଥର ଖଣି ନିମନ୍ତେ ଜନଶୁଣାଣି

କେନ୍ଦୁଝର (ଆପ୍ର): ବାଂଶପାଳ ତହସିଲ ତଳକଇଁସାରୀ ପଂଚାୟତ ଜଳଡିହି ଗ୍ରାମରେ ୬ ହେକ୍ଟର ପରିମିତ ଆମ୍ବଡହରା ପଥର ଖଣିରୁ ବାର୍ଷିକ ୪୨ହଜାର ଘନ ମିଟର ଖନନ ନିମନ୍ତେ ପାଇଁ ଜନଶୁଣାଣି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଜନଶୁଣାଣିରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଅଧ୍ୟକ୍ଷତା କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଲୋକମାନଙ୍କର ଆପତ୍ତି ଅଭିଯୋଗ ଲିପିବଦ୍ଧ କରିଥିଲେ ।
ଲିଜ୍ ଅବଧି ଶେଷ ପରେ ଏହି ପଥର ଖାଦାନ ପୁନଃ ନିଲାମ ନ କରାଯାଇ କେନ୍ଦୁଝର ଜିଲ୍ଲାରେ ହେଉଥିବା ବିଭିନ୍ନ ବଡ ବଡ ପ୍ରକଳ୍ପ ପାଇଁ ବାଂଶପାଳ ତହସିଲଦାରଙ୍କ ନାମରେ ସଂରକ୍ଷିତ ରଖାଯାଇ ଲିଜ୍ ଦିଆଯାଇଥିଲା । ପରିବେଶ ମଞ୍ଜୁରି ନିମିତ୍ତ ଜନଶୁଣାଣିରେ ୬୬ ଜଣ ପ୍ରଭାବିତ ଲୋକ ପଥର ଖଣି ସପକ୍ଷରେ ମତ ଦେଇଥିଲେ ଏବଂ ୨ ଜଣ ଲିଖିତ ଭାବେ ଜଣାଇଥିଲେ ।
ଏଥିରେ ବାଂଶପାଳ ତହସିଲଦାର ସପନ ସାହୁ ପ୍ରୋଜେକ୍ଟ ରିପୋର୍ଟ ଉପସ୍ଥାପନା କରିଥିଲେ । ସରକାରଙ୍କ ନୀତିନିୟମ ଏବଂ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ପରିବେଶ ମଞ୍ଜୁରି ପରେ ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ କର୍ମସଂସ୍ଥାନ ମିଳିବ ବୋଲି ସେ କହିଥିଲେ । ତଳକଇଁସାରୀ, ଜଳଡିହି, ଆମ୍ବଡହରା, ପଦାସାହି, ଇଚିଣ୍ଡା ଗ୍ରାମର ଲୋକମାନେ ମତ ରଖ୍ôଥିଲେ । ଖନନ ସମୟରେ ରାସ୍ତାଘାଟରେ ଜଳସିଞ୍ଚନ, ରାସ୍ତାଘାଟ ମରାମତି, ବୃକ୍ଷରୋପଣ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଡ୍ରିଲିଂ ଏବଂ ବ୍ଲାଷ୍ଟିଂ ସମୟରେ ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଥିଲା । ସଦର ଏସ୍ଡିପିଓ ମହେନ୍ଦ୍ର ହେମ୍ବ୍ରମ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯନ୍ତ୍ରୀ ଇଂ ନିବେଦିତା ଦାସ ବେବର୍ତ୍ତା, ନାବେଟ୍ କନସଲଟାନସି ପ୍ରତିନିଧି ଭୂତତ୍ତ୍ୱବିତ୍ ପବିତ୍ର କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *