ରକ୍ତବର୍ଣ୍ଣ ଜହ୍ନକୁ ରାହୁଗ୍ରାସ

ଭୁବନେଶ୍ୱର, ୮ା୧୧ (ବୁ୍ୟରୋ): ଲାଗିଲା ଗ୍ରହଣ, ରକ୍ତବର୍ଣ୍ଣ ଦେଖାଗଲା ଚନ୍ଦ୍ର । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହୋଇଥିବା ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ଦେଖିଛନ୍ତି । ରାଜ୍ୟର ବିିଭିନ୍ନ ସ୍ଥାନରୁ ଲୋକେ ଚନ୍ଦ୍ରଗ୍ରହଣ ଦେଖିଛନ୍ତି । ଭୁବନେଶ୍ୱରବାସୀ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି । ପଠାଣୀସାମନ୍ତ ପ୍ଲାନେଟାରିୟମ୍ରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ ବିଳମ୍ବରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା । ଏହା ୫ଟା ୫ରୁ ୫ଟା ୧୧ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା । ପାଗ ଖରାପ କାରଣରୁ ରାଜଧାନୀବାସୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାରୁ ବଞ୍ଚିତ ହୋଇଥିଲେ ।
ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ କାରଣରୁ ସୂର୍ଯେ୍ୟାଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଥିଲା । ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡ୍ରେ ଗ୍ରହଣ ସ୍ପର୍ଶ କରିଥିଲା । ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ୍ରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା । ସୂର୍ଯେ୍ୟାଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିଥିଲେ । ଗ୍ରହଣ ସର୍ବମୋକ୍ଷ ହେବା ପରେ ଲୋକେ ସ୍ନାନ ସାରି ଦେବନୀତି, ଖାଦ୍ୟ ସେବନ ଆଦି କରିପାରିବେ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇଛି । ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ପୁରୀ, କୋରାପୁଟ, ସମ୍ବଲପୁର ସହରରେ ଏହା ଦେଖିବାକୁ ମିଳିଛି । ସେହିପରି ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ଅଂଶ, ଏସିଆ, ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି । ଗ୍ରହଣ ବେଳେ ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *