ସମାଧାନ ନ କଲେ ଆତ୍ମାହୁତି ଚେତାବନୀ

ପଞ୍ଚାୟତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ପ୍ରାପ୍ୟ ପ୍ରଦାନ ଦାବି
ରଘୁନାଥପୁର (ଆପ୍ର): ରଘୁନାଥପୁର ବ୍ଲକ୍ ତାରପୁର ସ୍ଥିତ ମା ନାରାୟଣୀ ପୀଠରେ ଜଗତସିଂହପୁର ଜିଲ୍ଲା ଓଡିଶା ଗ୍ରା.ପ କର୍ମଚାରୀ ସଂଘର ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ୧୯୮ ପଞ୍ଚାୟତରେ କାର୍ଯ୍ୟରତ ୧୫୪ ଜଣ ପିଅନ, ରାତ୍ରଜଗୁଆଳ ଓ ସୁଇପରଙ୍କ ଜୀବନ ଜୀବିକା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଦୀର୍ଘଦିନ ଧରି ଅତି ସ୍ୱଳ୍ପ ପ୍ରାପ୍ୟରେ ସରକାରଙ୍କ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଶ୍ରମ ନିୟୋଜନ ବିଭାଗ କାଟଗୋରୀରେ କର୍ମଚାରୀଙ୍କୁ ସାମିଲ କରି ଦୈନିକ ସର୍ବନିମ୍ନ ମଜୁରୀ ୩୩୩ ଟଙ୍କାରୁ କମ୍ ନ କରିବା ପାଇଁ ପ୍ରତି ପଞ୍ଚାୟତକୁ ଷ୍ଟାଣ୍ଡିଙ୍ଗ ଅର୍ଡର ପଠାଯିବା, ନିୟମିତ ଦରମା ଦେବା ଓ ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ ସହ ଅନ୍ୟାନ୍ୟ କେତେକ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ମାର୍ଚ୍ଚ ୫ ପଞ୍ଚାୟତରାଜ ଦିବସ ପୂର୍ବରୁ ସରକାର ଦାବି ଗୁଡିକ ପୂରଣ ନ କଲେ ନିଜର ଜୀବିକା ତଥା ପରିବାର ପ୍ରତିପୋଷଣ ପାଇଁ କର୍ମଚାରୀମାନେ ପରିବାର ସହିତ ରାଜରାସ୍ତାକୁ ଓହ୍ଲାଇବା ସହ ଆତ୍ମହୁତି ଦେବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *