ପ୍ରଦୁ୍ୟମ୍ନ ବଳ ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା କରୁଥିଲେ

ଭୁବନେଶ୍ୱର, ୭ା୧୧ (ବୁ୍ୟରୋ): ଦୈନିକ ପ୍ରକାଶ ପାଉଥିବା ଓଡ଼ିଆ ଖବରକାଗଜ “ପ୍ରଗତୀବାଦୀ’ ଲାଗି ସୋମବାର ଏକ ଐତିହାସିକ ଦିନ । ଏହାର ପ୍ରତିଷ୍ଠାତା ତଥା ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରତୀକ ସ୍ୱର୍ଗତ ପ୍ରଦୁ୍ୟମ୍ନ ବଳଙ୍କ ଜନ୍ମ ବାର୍ଷିକୀ ସହ ଆଜି ପ୍ରଗତିବାଦୀ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରୁଛି । ଏହି ଅବସରରେ ଶ୍ରୀ ବଳଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ପ୍ରଗତିବାଦୀ ପରିବାରର ସମସ୍ତ ସଦସ୍ୟ ଏବଂ ଏହାର ଶୁଭେଚ୍ଛୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି ବୋଲି ଉଦଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଦୁ୍ୟମ୍ନ ବାବୁ ଜଣେ ନିଷ୍ଠାପର ତଥା ନୀତିବାନ ବ୍ୟକ୍ତି ଥିଲେ । ସେ ତାଙ୍କର ସମଗ୍ର ଜୀବନ ସମାଜସେବାରେ ବିତାଇଥିଲେ । ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ତାଙ୍କର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ତେଣୁ “ପ୍ରଗତିବାଦୀ’ ଭଳି ଏକ ନିରପେକ୍ଷ ସମ୍ବାଦ ପତ୍ରିକା ବାହାର କରି ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରସାର ଦିଗରେ ସେ ଆପ୍ରାଣ ଉଦ୍ୟମ ଚଳାଇଥିଲେ । ସମାଜର ସମସ୍ତ ସମସ୍ୟା ତଥା ଦୁର୍ବଳ ଶ୍ରେଣୀ ଲୋକମାନଙ୍କ ଅସୁବିଧା ସମ୍ପର୍କରେ କଲମ ଚାଳନା ତାଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପରିଗଣିତ କରିପାରିଥିଲା । ବିଶେଷକରି ଓଡ଼ିଶାର ଉନ୍ନତି ପାଇଁ ଯେଉଁ ସୁଦୂର ପ୍ରସାରୀ ସ୍ୱପ୍ନ ଯାହା ସେ ଦେଖୁଥିଲେ ତାହା ତାଙ୍କର ମାନସ ସନ୍ତାନ “ପ୍ରଗତିବାଦୀ’ ପ୍ରକାଶ କରି ସାକାର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲେ ।
ପ୍ରଗତିବାଦୀର ନିରପେକ୍ଷ ଖବର ପରିବେଷଣ ତାଙ୍କୁ ସମାଜରେ ଚିର ସ୍ମରଣୀୟ କରି ରଖିପାରିଛି । ପ୍ରଗତିବାଦୀକୁ ନେଇ ପ୍ରଦୁ୍ୟମ୍ନବାବୁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ଆଜି ସଫଳ ହୋଇଛି ଓ ପ୍ରତିଷ୍ଠା ହେବାର ଦୀର୍ଘ ୫୦ବର୍ଷ ଅତିକ୍ରମ କରିପାରିଥିବାରୁ ମୁ ଅତ୍ୟନ୍ତ ଗର୍ବିତ । ବିଶେଷକରି ଗାନ୍ଧୀବାଦର ପ୍ରଚାର ପ୍ରସାର ଦିଗରେ ତାଙ୍କର ଆଭିମୁଖ୍ୟ ତାଙ୍କ ଆବର୍ତ୍ତମାନରେ ମଧ୍ୟ ପ୍ରଗତିବାଦୀ ବଜାୟ ରଖିପାରିଛି ତାହା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ତଥା ପ୍ରଦୁ୍ୟମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ।
ଏଥିସହ ସେ କହିଥିଲେ ଯେ, ଆଜି ବିକାଶ ପଥରେ ଓଡିଶା ବହୁତ ବଡ ସଫଳତା ହାସଲ କରିଛି । ଓଡିଶାର ରୂପାନ୍ତର ଦେଶ ତଥା ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇପାରିଛି ଏକ ନୂତନ ଓଡ଼ିଶା ଗଠନ ଦିଗରେ ମୋ ସରକାର ଯେଉଁ ପ୍ରୟାସ ଜାରି ରଖିଛି, ସେଥିରେ ପ୍ରଗତିବାଦୀ ଏକ ସାରଥୀ ହେଉ ଏହା ହିଁ ମୋର ଆଶା ଓ ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ ହୋଇଥିବା ମୟୂରଭଞ୍ଜର ଶରତ ଚନ୍ଦ୍ର ନାୟକଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିବାବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଦୁ୍ୟମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ତଥା ସାଂସଦ ଅଚୁ୍ୟତ ସାମନ୍ତ ଅଧ୍ୟକ୍ଷତା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଗତିବାଦୀର ନିଦେ୍ର୍ଦଶିକା ଡ. ମୋନାଲିସା ବଳ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ପ୍ରଗତିବାଦୀ ଅଧ୍ୟକ୍ଷା ଶାଶ୍ୱତୀ ବଳ ମଞ୍ଚାସୀନ ରହି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଗତିବାଦୀ ପକ୍ଷରୁ କରାଯାଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *