ପ୍ରଦୁ୍ୟମଙ୍କର ଭବିଷ୍ୟ ଆକଳନ ସାମର୍ଥ୍ୟ ଥିଲା

ପ୍ରଦୁ୍ୟମ୍ନ ବଳଙ୍କ ୯ଠତମ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ
ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର (ବୁ୍ୟରୋ): ପୃଥିବୀ ପୃଷ୍ଠକୁ ଅନେକ ସମୟରେ ଜଣେ ଜଣେ ଯୋଗଜନ୍ମା ବ୍ୟକ୍ତି ଆସି ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ ଉପଯୋଗ କରି ସମାଜରେ ବଡ଼ ପରିବର୍ତ୍ତନ ଆଣିବା ସହ ଭବିଷ୍ୟତ ପାଇଁ ଯେଉଁ ଅନୁଚିନ୍ତନ ଛାଡ଼ି ଦେଇ ଯାନ୍ତି ତାଙ୍କ ଅବର୍ତ୍ତମାନରେ ଅନୁଚିନ୍ତା ସମାଜ ପାଇଁ ନୂଆ ସମ୍ଭାବନା ଆଣିଥାଏ । ଯାହା ମାନବ ସମାଜକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ରାସ୍ତା ଦେଖାଇଥାଏ । ପ୍ରବାଦପୁରୁଷ ପ୍ରଦୁ୍ୟମ୍ନ ବଳ ସେଭଳି ଜଣେ ଯୋଗଜନ୍ମା ଥିଲେ । ଯାହାଙ୍କ ଭବିଷ୍ୟବାଣୀ ଆଜିର ସମାଜରେ ସତ୍ୟ ପ୍ରମାଣିତ ହୋଇପାରିଛି । ଦଶନ୍ଧି ଦଶନ୍ଧି ପରେ ସମାଜ ସଂସ୍କାର, ଗରିବକଲ୍ୟାଣ, ସମାଜିକ ବିଧିବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଆଦି ସମସ୍ତ କ୍ଷେତ୍ରରେ ତାଙ୍କ କଲମମୂନରୁ ଝରି ପଡ଼ିଥିବା ବାର୍ତ୍ତା ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ପ୍ରଦୁ୍ୟମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ତଥା ସାଂସଦ ଡ. ଅଚୁ୍ୟତ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୁ୍ୟମ୍ନ ବଳଙ୍କୁ ଦୂରଦ୍ରଷ୍ଟା ଭାବେ ବର୍ଣ୍ଣନା କରିଥିଲେ । ବିଶିଷ୍ଠ ଅତିଥିଭାବେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ପ୍ରଗତିବାଦୀ ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି । ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳ ଯେଉଁ ଆଦର୍ଶ, ନୀତି ଓ ମୁଲ୍ୟବୋଧକୁ ପାଥେୟ କରି ଏହି ଅନୁଷ୍ଠାନ ଆରମ୍ଭ କରିଥିଲେ, ଏବେବି ତାଙ୍କର ସେହି ବିଚାରଧାରା ତାଙ୍କ ମାନସପ୍ରସୂତ ଖବରକାଗଜରେ ପ୍ରତିଫଳିତ ହେଉଥିବା ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ, ମୁଖ୍ୟ ବକ୍ତାଭାବେ ଏନଏମଏର ଅଧ୍ୟକ୍ଷ ପ୍ରଫେସର କିଶୋର ବାସା ଯୋଗ ଦେଇଥିଲେ । ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଶାଶ୍ୱତି ବଳ ଧନ୍ୟବାଦ ଦେଇଥିଲେ । ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ଅମୃତ ସଙ୍କଳନକୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିଥିଲେ ।
ପରେ ଗଣମାଧ୍ୟମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଥିଲେ । ପ୍ରଗତିବାଦୀ ବୁ୍ୟରୋ ଚିଫ୍ ହରପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଅଧିବେଶନରେ ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ । ସେହିପରି ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ଶଶୀଭୂଷଣ ପ୍ରହରାଜ, ଓଡ଼ିଶା ସାମ୍ବାଦିକ ସଂଘର ସଭାପତି କୈଳାସ ନାୟକ, ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପ ସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *