କେନ୍ଦ୍ରାଞ୍ଚଳ ଆଇଜିଙ୍କ ସ୍ଥିତି ସମୀକ୍ଷା

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକ୍ରମ ଚୂଡ଼ାନ୍ତ
ପୁରୀ (ବୁ୍ୟରୋ): ଆସନ୍ତା ୧୦ରେ ପୁରୀ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିବେ । ସେଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ଅନ୍ୟପକ୍ଷରେ ମଙ୍ଗଳବାର ତାଳବଣିଆ ହେଲିପ୍ୟାଡ୍ଠାରେ ପହଞ୍ଚôଛନ୍ତି ବାୟୁସେନାର ସ୍ୱତନ୍ତ୍ର ୫ଜଣିଆ ଅଧିକାରୀ । ଅଧିକାରୀମାନେ ତାଳବଣିଆ ହେଲିପ୍ୟାଡ୍ ସହ ରାଜଭବନ ଓ ଶ୍ରୀମନ୍ଦିରକୁ ଯିବା ରାସ୍ତାକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଦିନିକିଆ ପୁରୀ ଗସ୍ତରେ ଆସି ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ବୁଲି ଦେଖିଛନ୍ତି ।
ପ୍ରଥମେ ଶ୍ରୀ ଭୋଳ ଶ୍ରୀମନ୍ଦିର, ରାଜଭବନ ଓ ହେଲିପ୍ୟାଡ୍କୁ ଯାଇ ଯାଞ୍ଚ କରିଛନ୍ତି । ଏନେଇ ଶ୍ରୀ ଭୋଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୧୦ ତାରିଖ ସକାଳେ ବିଜୁ ପଟ୍ଟନାୟକ ଭୁବନେଶ୍ୱରଠାରେ ପହଞ୍ଚôବା ପରେ ବାୟୁସେନାର ସ୍ୱତନ୍ତ୍ର ବାୟୁସେନାରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜଭବନକୁ ଯିବେ । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରକୁ ଯିବେ । ସେଥିଲାଗି ଉକ୍ତ ଦିନ ସକାଳ ସାଢ଼େ ୧୦ଟାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ଆନନ୍ଦବଜାରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି । ସେଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚôଲାଣି । ପୁଲିସ ପକ୍ଷରୁ ୩୦୦ଜଣ ବରିଷ୍ଠ ଅଧିକାରୀଙ୍କ ସହ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଅନ୍ୟପଟରେ ବୁଧବାର କାର୍କେଡ୍ ରିହଲ୍ସେଲ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।
ରାଷ୍ଟ୍ରପତି ଖାଇବେ କାନିକା, ଖେଚୁଡ଼ି ଓ ବିରିପିଠା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଥିଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀମନ୍ଦିର । ଦର୍ଶନ କରିବା ପରେ ରାଷ୍ଟ୍ରପତି ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବେ । ଯାହାକୁ ନେଇ ସମସ୍ତେ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଆନନ୍ଦବଜାରରେ ବସି କାନିକା, ଖେଚୁଡ଼ି, ବିରିପିଠା, ମଞ୍ଜା-କଖାରୁ ରାଇ, ସନ୍ତୁଳା, ହବିଷ ଖଟା ଓ ଓଉ ଖଟା ଆଦି ଖାଇବେ ବୋଲି ଯୋଜନା ରହିଥିବା କହିଛନ୍ତି ଶ୍ରୀମନ୍ଦିର ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।
ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି
ଶ୍ରୀମନ୍ଦିରର ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ସେଥିଲାଗି ୧୦ତାରିଖ ସକାଳ ସାଢ଼େ ୧୦ଟାରେ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଦୀର୍ଘ ସମୟ ଧରି ବନ୍ଦ ରହିବ । ରାଷ୍ଟ୍ରପତି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା’ବିମଳା, ମା’ଲକ୍ଷ୍ମୀ ଓ ବେଢ଼ା ଚତୁଃପାଶ୍ୱର୍ରେ ରହିଥିବା ଦେବଦେବୀଙ୍କୁ ଦର୍ଶନ କରିବେ । ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବେ । ଏପରିକି ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ମନ୍ଦିର ପରିସରରେ କୌଣସି ସାଧାରଣ ଶ୍ରଦ୍ଧାଳୁ ରହିବେ ନାହିଁ । କେବଳ ତାଙ୍କ ସୁରକ୍ଷା କର୍ମୀମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଓ ଛତିଶାନିଯୋଗ ପାଟ୍ଟଯୋଶୀ ଏବଂ କୌଳିକ ପଣ୍ଡା ଉପସ୍ଥିତ ରହିବେ ।
ମୁତୟନ ହେବେ ୨୪ ପ୍ଲାଟୁନ୍ ଫୋର୍ସ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୁଲିସ । ଜିଲ୍ଲା ପୁଲିସ ପକ୍ଷରୁ ୫ଜଣ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍ପି ୭, ଡିଏସ୍ପି ୧୮ଜଣ, ଇନିସପେକ୍ଟର ୩୦ଜଣ, ସବ୍ଇନିସ୍ପେକ୍ଟର ଓ ଏସ୍ଆଇ ୧୧୦ ଜଣ, ହୋମାଗାର୍ଡ ୩୦୦ ଜଣ ଏବଂ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *