ଆସୁଛି ୨ ଲଘୁଚାପ!

ପାହାନ୍ତିଆ ମଧ୍ୟମ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର, ୭ା୧୧ (ବୁ୍ୟରୋ): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ପରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ସାମାନ୍ୟ ଶୀତ ଅନୁଭୂତ ହେଉଛି । ରାଜ୍ୟରେ ଖୁବଶିଘ୍ର ପୁଣି ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଆଗକୁ ରାଜ୍ୟକୁ ମାଡି ଆସୁଛି ଆଉ ୨ ଲଘୁଚାପ । ଏନେଇ ଆମେରିକା ପାଣିପାଗ ସଂସ୍ଥା ଆକୁ୍ୟୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ପୂର୍ବାନୁମାନ କରିଛନ୍ତି । ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଥିପାଇଁ ପାଗ ଅନୁକୂଳ ରହିଛି ।
ସେହିପରି ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ ପ୍ରକାଶ ପାଇଛି । ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରା ଯାଇ ନ ଥିବାବେଳେ ସୋମବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପାହାନ୍ତିଆରୁ ସକାଳ ସମୟରେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏହାବାଦ୍ ରାଜ୍ୟରେ ପାଗ ଆସନ୍ତା ୫ ଦିନ ଯାଏ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *