ଫିକା ପଡ଼ିଲା ଡଙ୍ଗାଭସା
କୁଆଖାଇ, ଦୟା, ବିନ୍ଦୁସାଗରରେ ବିଏମ୍ସିର ବିଶେଷ ବ୍ୟବସ୍ଥା
ଭୁବନେଶ୍ୱର (ବୁ୍ୟରୋ): ମଧ୍ୟରାତ୍ରି ୨ ଟାରୁ ଭୋର ୫ ଟା ୪୫ ମଧ୍ୟରେ ରାଜଧାନୀରେ ଡଙ୍ଗାଭସା ହେବ । ବିନ୍ଦୁସାଗର, ଦୟା, କୁଆଖାଇରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛଇ ବିଏମ୍ସି । ମଙ୍ଗଳବାର ଅପରାହ୍ନ ୨ଟା ୩୦ରୁ ଚନ୍ଦ୍ରଗ୍ରହଣ ସମୟ ଥିବାରୁ ଭୋର ୫ଟା ୫୪ ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଆ କା ମା ବୈ, ପାନଗୁଆ ଥୋଇ ପାନ ଗୁଆ ତୋ’ର.. ମାସକ ଧରମ ମୋ’ର । ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜଧାନୀର ବିନ୍ଦୁସାଗର ପାଲଟିଛି ଚଳଚଞ୍ଚଳ । ଯଦିଓ ମଧ୍ୟରାତ୍ରି ୨ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସା ପାଇଁ ସମୟ ରହିଛି, ତେବେ ଚନ୍ଦ୍ର ଗ୍ରହଣ ପାଇଁ ଶୀତୁଆ ପାହାନ୍ତି ସକାଳରେ ବିନ୍ଦୁସାଗର ନିକଟରେ ଲୋକେ ଡଙ୍ଗା ଭସାଇବେ । ସୋମବାର ବଡ଼ ଓଷା ଉପବାସ କରିଥିବା ଲୋକେ ସକାଳୁ ନିଜ ପରିବାରର ଶୁଭ ମନାସି ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ ।
ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ପାଇଁ ଅର୍ଥାତ ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ । ଗ୍ରହଣ ଯୋଗୁଁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଏଣୁ ପ୍ରାୟତଃ ରାତି ସମୟରେ ଡଙ୍ଗାଭସା ହେବାକୁ ଥିବାରୁ ରାଜଧାନୀରେ ୫ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ଲୋକଙ୍କ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସଜାଗ ରହିବ ।