ବାଲୁକା କଳା ଉଦ୍ଘାଟନ କଲେ ଡିଜି

କଟକ (ବୁ୍ୟରୋ): ଐତିହାସିକ ବାଲିଯାତ୍ରା ପୂର୍ବରୁ ଇନ୍‌ କଟକ ପାଭିଲିୟନ ଠାରେ ବାଲୁକା କଳା ଡିଜିପି ସୁନୀଲ ବଂସଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ବାଲୁକା କଳାଟି କଟକ ସହରର ସହ ଯୋଡ଼ି ହୋଇ ରହିଥିବା ବୋଇତ ବନ୍ଦାଣକୁ ନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ବାଲୁକା ତିଆରି କରିବାରେ ୨୦ ଜଣ ସଦସ୍ୟ ସାମିଲ ହୋଇଥିଲେ । ସବୁ ବାଲୁକା କଳା କେବଳ ବାଲିରେ ନିର୍ମାଣ ହୋଇଥିବା ବେଳେ ଏହି ବାଲୁକା କଳାରେ ଶହେ ଟନ୍ ବାଲି ସହ ୨୫୫୦୦ ଦ୍ୱୀପ ବ୍ୟବହାର କରାଯାଇଛି । ଏହାର ଲମ୍ବା ୬୮ଫୁଟ ଥିବା ବେଳେ ଚଉଡ଼ା ୪୨ ଫୁଟ ରହିଛି । ଏତେ ବଡ଼ ବାଲୁକା କଳା ପୂର୍ବରୁ ନିର୍ମାଣ ହୋଇ ନ ଥିବା ବେଳେ ଏହା ଲିମ୍କା ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇବାକୁ ଉଦ୍ୟମ କରାଯିବ ବୋଲି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ଏହି ବାଲୁକା କଳାକୁ ପୁଲିସ ଡିଜି ବୁଲି ଦେଖିବା ସହ ବେଶ୍ ସୁନ୍ଦର ହୋଇଥିବା କହିଛନ୍ତି । ଏହାପରେ ପୁଲିସ ଡିଜି ମହାନଦୀରେ ହୋଇଥିବା ବୋଟିଂର ମଜା ନେଇଥିଲେ । ତେବେ ଚଳିତବର୍ଷ ବାଲିଯାତ୍ରରେ ଏହି ବାଳୁକା କଳା ଦର୍ଶକଙ୍କୁ ଅଧିକ ଆକର୍ଷିତ କରିବ । ଏହି ଉଦ୍ଘାଟନି ଉତ୍ସବରେ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *