ଯୋଗ୍ୟତା ପାଇଲେ ୧୨ ଟିମ୍
୨ଠ୨୪ ଟି-୨ଠ ବିଶ୍ୱକପ୍
ଦୁବାଇ, ୭ା୧୧ (ଏଜେନ୍ସି): ଅଷ୍ଟ୍ରେଲିଆରେ ·ଲିଥିବା ଟି-୨୦ ବିଶ୍ୱକପ ଆସନ୍ତା ୧୩ ତାରିଖରେ ଶେଷ ହେବ । ଏଥର ଟୁର୍ଣ୍ଣାମେଣ୍ଟରେ ଅନେକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁପର-୧୨ରେ କଡ଼ା ଟକ୍କର ପରେ ୪ ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ନୁଜିଲାଣ୍ଡ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବେ ।
ଏମାନଙ୍କ ମଧ୍ୟରୁ ୨ ଦଳ ମଧ୍ୟରେ ୧୩ ରେ ଫାଇନାଲ ଲଢ଼େଇ ହେବ । ଏସବୁ ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପକୁ ନେଇ ବଡ଼ ଖବର ଆସିଛି । ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ପ୍ରଦର୍ଶନକୁ ପରବର୍ତ୍ତୀ ସଂସ୍କରଣର ଯୋଗ୍ୟତା ଭାବେ ବିବେଚନା କରାଯାଇଥିଲା । ସେହି ଆଧାରରେ ୧୨ ଟିମ୍ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥର ୱେଷ୍ଟଇଣ୍ଡିଜ ଟିମ୍ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ଉଠିପାରି ନାହିଁ । କିନ୍ତୁ ଆୟୋଜକ ହିସାବରେ ଟିମ୍ ୨୦୨୪ ଟି-୨୦ ବିଶ୍ୱକପର ସୁପର ୧୨କୁ ଯୋଗ୍ୟତା ଅର୍ଜନ କରିଛି । ଆମେରିକା ମଧ୍ୟ ସୁପର ୧୨ରେ ପହଞ୍ଚିଛି । ୨୦୨୨ ଟି-୨୦ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ ଲଢ଼େଇରୁ ଆରମ୍ଭ ହୋଇଥିଲା ଓ ଦୁଇ ଗ୍ରୁପରୁ ୪ ଟିମ୍ ସୁପର-୧୨ରେ ପହଞ୍ଚିଥିଲେ । ଗ୍ରୁପ-୧ରେ ୬ ଓ ଗ୍ରୁପ୍-୨ରେ ୬ ଦଳ ସ୍ଥାନ ପାଇଥିଲେ । ସୁପର-୧୨ ମ୍ୟାଚ୍ ପରେ ନିଜ ନିଜ ଗ୍ରୁପ୍ର ଟପ୍ ୪ରେ ରହି ଅଭିଯାନ ଶେଷ କରିଥିବା ଦଳଗୁଡ଼ିକ ସିଧାସଳଖ ୨୦୨୪ ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ମୋଟ ୮ ଟିମ୍ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟ ହୋଇଛନ୍ତିି ।
ଗ୍ରୁପ-୧ରୁ ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଟପ୍ ୪ରେ ରହିଛନ୍ତି । ଗ୍ରୁପ ୨ରୁ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ୍ ଟପ୍ ୪ ରହି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନ ଥିଲେ ସୁଦ୍ଧା ୨୦୨୪ ବିଶ୍ୱକପ ଆୟୋଜନ କରୁଥିବାରୁ ଉଭୟଙ୍କୁ ସିଧାସଳଖ ସୁପର ୧୨ରେ ସ୍ଥାନ ମିଳିଛି । ଏହାବାଦ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ସୁପର ୧୨ରେ ସ୍ଥାନିତ ହୋଇଛନ୍ତି । ଏହି ଦୁଳ ଦଳ ନିଜ ନିଜ ଗ୍ରୁପର ଟପ ୪ରେ ନ ଥିଲେ । ତେବେ ସୁପର ୧୨ରେ ସ୍ଥାନିତ କେତେକ ଦଳଙ୍କ ଅପେକ୍ଷା ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ରାଙ୍କିଙ୍ଗ ଭଲ ରହିଛି । ବାଂଲାଦେଶ ଟପ ୧୦ ଓ ଆଫଗାନିସ୍ତାନ ୯ ନମ୍ବରରେ ରହିଛି । ସେହି ରାଙ୍କିଙ୍ଗ ଆଧାରରେ ଉଭୟ ଦଳ ସୁପର ୧୨ ଟିକେଟ ହାତେଇଛନ୍ତି ।
୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ ଦଳ ଭାଗ ନେବେ । ଟପ୍ ୧୨ରେ ଥିବା ଟିମ୍ଗୁଡ଼ିକ ବ୍ୟତିତ ଅବଶିଷ୍ଟ ୮ ଟିମକୁ ଆଫ୍ରିକା, ଏସିଆ ଓ ୟୁରୋପରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଚୟନ କରାଯିବ ।