ଦଶରଥପୁର ବ୍ଲକ୍ ସମ୍ମୁଖରେ ଏସ୍ୟୁସିଆଇ ପକ୍ଷରୁ ଗଣବିକ୍ଷୋଭ
ଦଶରଥପୁର (ଆପ୍ର): ଏସ୍ୟୁସିଆଇ (କମୁ୍ୟନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ଡାକରାରେ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ପ୍ରତିବାଦ ସପ୍ତାହ ପାଳନ ହେଉଛି । ସୋମବାର ଦଶରଥପୁର ବ୍ଲକ୍ ଅଫିସ୍ ସମ୍ମୁଖରେ ବିଭିନ୍ନ ଦାବି ନେଇ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦଶରଥପୁର ବ୍ଲକ୍ର ସମସ୍ତ ଜମିକୁ ଜଳସେଚନ ସୁବିଧା, ବନ୍ୟା ଓ ମରୁଡ଼ିର ସ୍ଥାୟୀ ପ୍ରତିକାର, ବୈତରଣୀ ଓ କାଣୀ ନଦୀର ଉଭୟ ପାଶ୍ୱର୍କୁ କଂକ୍ରିଟ୍ କରିବା, ଆବଶ୍ୟକ ସ୍ଥାନରେ ନଦୀରୁ ପାଣିନାଳ ଓ ସ୍ଲୁଇସ୍ ଗେଟ୍ର ବ୍ୟବସ୍ଥା କରିବା, ଚାଷୀ ଓ ଭାଗ ଚାଷୀମାନଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ଧାନ କ୍ରୟ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଏକ୍ସ-ରେ ମେସିନ୍ ସ୍ଥାପନ ଓ ଅନ୍ତେବାସୀ ରୋଗୀମାନଙ୍କ ପାଇଁ ଖାଦ୍ୟ ବନେ୍ଦାବସ୍ତ ଆଦି ଦାବି ନେଇ ଏହି ଗଣବିକ୍ଷୋଭ କରାଯାଇଛି ।
ଏହିସବୁ ଦାବି ନେଇ ବିଡିଓଙ୍କ ଜରିଆରେ ଦଳପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରେ ବ୍ଲକ୍ ସମ୍ମୁଖରେ ଯାଜପୁର ଜିଲ୍ଲା କମିଟି ସଭ୍ୟା ଶାନ୍ତିଲତା ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଏହି ବିକ୍ଷୋଭରେ ରାଜ୍ୟ କମିଟି ସଭ୍ୟ ନୃସିଂହ ଚରଣ ପଣ୍ଡା, ପ୍ରଫୁଲ୍ଲ ଭଞ୍ଜ, ଅକ୍ଷୟ ପଣ୍ଡା, ଅଭିମନୁ୍ୟ ମଲ୍ଲିକ, ନିରାକାର ଦାସ, ଚନ୍ଦ୍ରକାନ୍ତ ପଢ଼ିହାରୀ, ଅଭିମନୁ୍ୟ ଦାସ, ରଘୁନାଥ ଦାସ, ଶ୍ରୀନିବାସ ବେହେରା, ବ୍ରଜକିଶୋର ବୋଇତେଇ ପ୍ରମୁଖ ଯୋଗଦେଇ ଥିଲେ ।