ପ୍ରତି ଓଡ଼ିଆଙ୍କ ହୃଦୟରେ ସାଂସ୍କୃତିକ ଚେତନା ଉଜ୍ଜୀବିତ ରହୁ

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
ବାଲୁଗାଁ (ଆପ୍ର): ପ୍ରାଚୀନ ଉକ୍ରଳର ନୌବାଣିଜ୍ୟ, ପରମ୍ପରା, ଐତିହ୍ୟ, ବୈଭବ ତଥା ଏସିଆ ମହାଦେଶର ଏକମାତ୍ର ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଛି । ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନୁପସ୍ଥିତିରେ କମିଟିର ଆବାହକ ଏନ୍ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଆବାହକତ୍ତ୍ୱରେ ପ୍ରାତଃ କାଳରେ ମଞ୍ଚ ପୂଜା କରାଯିବା ସହ ମା’ କାଳିଜାଇଙ୍କ ଜ୍ୟୋତି ଶୋଭାଯାତ୍ରା କରାଯାଇଥିଲ ।
ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଅପରାହ୍ନରେ ସ୍ଥାନୀୟ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବାବେଳେ ସନ୍ଧ୍ୟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ସମସ୍ତ ଅତିଥି ବୃନ୍ଦଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଜେଡି ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ସ୍ୱତନ୍ତ୍ର ଅତିଥିଭାବେ ସ୍ୱାଗତିକା ଜଗଦେବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନ୍ଏସି ଅଧ୍ୟକ୍ଷ ମିଟୁ ନାୟକ ଓ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଓଡ଼ିଆ ସାଧବ ପୁଅମାନେ କିଭଳି ଭାବେ ଅକାତ କାତ ନୀଳ ଜଳରାଶିରେ ବୋଇତ ମାଧ୍ୟମରେ ଉକ୍ରଳର କଂସା ବାସନ, ସୁନା ରୁପା ଗହଣା, ମାଟି ପାତ୍ର ଏବଂ ବିଭିନ୍ନ କିସମର କାରୁକାର୍ଯ୍ୟ ପୂର୍ଣ୍ଣ ସାମଗ୍ରୀ ବ୍ୟବସାୟ ନିମିତ୍ତ ସୁଦୂର ଜାଭା, ବାଲି, ସୁମାତ୍ରା, ଇଣ୍ଡୋନେସିଆ ଭଳି ବିଦେଶକୁ ଯାଇ ବେପାର ବଣିଜ କରୁଥିଲେ । ସାନ୍ଧ୍ୟ ଅଧିବେଶନରେ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କଟକ ସାଗର ସଙ୍ଗମ ତରଫରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ବିଭୋର ହୋଇଥିବାବେଳେ ଜନତାଙ୍କ ଆଶାନୁପାତ ଉପସ୍ଥିତିକୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *