ବିକାଶର ରୋଲ୍ ମଡେଲ୍ ଓଡ଼ିଶା
ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍ରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬ା୧୧ (ବୁ୍ୟରୋ): ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ୱରରେ ଅଲ ଓଡିଶା ଲିଟରାରୀ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଭୋକର ଭୂଗୋଳ ଭାବେ ପରିଚିତ ଥିବା ଓଡ଼ିଶାର ଖାଦ୍ୟ ବହୁଳ ରାଜ୍ୟ ଭାବେ ପରିଗଣିତ ହେବା ଯାତ୍ରା ଅତ୍ୟନ୍ତ ଗୌରବର କଥା । ଓଡ଼ିଶା କଳା, ସଂସ୍କୃତି, ସାହିତ୍ୟ, ପରମ୍ପରାର ରାଜ୍ୟ ଭାବେ ବିଶ୍ୱସ୍ତରରେ ପରିଚିତ ଥିବାବେଳେ ଏବେ ବିକାଶ କ୍ଷେତ୍ରରେ ଅନ୍ୟ ରାଷ୍ଟ୍ର ଓ ରାଜ୍ୟଙ୍କ ପାଇଁ ରୋଲ୍ ମଡେଲ ପାଲଟିଛି ।
ମୁୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କାଳାହାଣ୍ଡି ଜିଲ୍ଲାର ଉଦାହରଣ ଦେଇଥିଲେ । କିପରୀି ଏହି ଜିଲ୍ଲା ଦାରିଦ୍ର୍ୟ ପାଇଁ ଦୀର୍ଘ ଦିନ ଧରି ଜଣାଶୁଣା ଥିଲା । ଆଉ ଏବେ ଏହା ଓଡିଶାର ଚାଉଳର ପ୍ରମୁଖ ଉତ୍ପାଦକ ଭାବେ ଗଣା ହେଉଛି । ଯାହା ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଜାତୀୟ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରୁଛି । ସେହିପରି କ୍ରୀଡ଼ା କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡା ସମ୍ପ୍ରଦାୟ ସେମାନଙ୍କ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚାହିଁ ରହିଛନ୍ତି । କୋଭିଡ-୧୯ ମହାମାରୀର ସମୟରେ ଆମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ସାରା ଦେଶରେ ଅମ୍ଳଜାନ ଯୋଗାଣ କରିଛୁ । ଓଡ଼ିଶା ଏବେ ନିବେଶକଙ୍କୁ ନିବେଶ ପାଇଁ ଆକୃଷ୍ଟ କରୁଛି । ଯାହା ଓଡ଼ିଶଶକୁ ଅନ୍ୟ ରାଜ୍ୟ ଅପେକ୍ଷା ବିଶେଷ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ବହୁ ବର୍ଷ ଧରି ଓଡ଼ିଶା କ୍ରମାଗତ ଭାବେ ଜାତୀୟ ଅଭିବୃଦ୍ଧି ହାରକୁ ବଢ଼ାଇଛି । ସମାନତା ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଟେକ୍ନୋଲୋଜିର ଅତ୍ୟାଧୁନିକ ବିକାଶ ସହ ଗତି କରିବାରେ ସକ୍ଷମ ହୋଇଛୁ । ଖାଦ୍ୟ ଉତ୍ପାଦନ କିମ୍ବା ବିପର୍ଯ୍ୟୟ ପରିଚାଳନା ହେଉ କିମ୍ବା ମହିଳା ସଶକ୍ତିକରଣ ଅଥବା ସ୍ୱାସ୍ଥ୍ୟସେବା, କ୍ରୀଡା, ଶିକ୍ଷା, ସେବା ବିତରଣରେ ଓଡ଼ିଶା ଆଗରେ । ଓଡିଶା ଲିଟ୍ ଫେଷ୍ଟର ଦଶମ ସଂସ୍କରଣ ପାଇଁ ମୁଁ ଦି ନୁ୍ୟ ଇଣ୍ଡିଆନ୍ ଏକ୍ସପ୍ରେସକୁ ଅଭିନନ୍ଦନ ଜଣାଉଛି ଏବଂ ଏହାର ଉନ୍ନତି ଏବଂ ଆଗାମୀ ଦଶନ୍ଧି ମଧ୍ୟରେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ସୂଚନାଯୋଗ୍ୟ, କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ନିଉ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ପ୍ରଭୁ ଚାୱଲା, ନିୟୁ ଇଣ୍ଡିଆନଏକ୍ସପ୍ରେସର ରେସିଡେଣ୍ଟାଲ ଏଡିଟର ଶିବ ମହାନ୍ତି ଯୋଗ ଦେଇଥିଲେ । ୨ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଗପର ଭବିଷ୍ୟତ, ଏକବିଂଶ ଶତାବ୍ଦୀର ନେତା ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏଥିରେ ମୋଟ ୧୭ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦେଶ ବିଦେଶର ବହୁ ସାମ୍ବାଦିକ, ଲେଖକ, କବି, ସାହିତି୍ୟକ, ସଂସ୍କୃତି ପ୍ରେମୀ, କଳାପ୍ରେମୀ ଯୋଗ ଦେଇଛନ୍ତି । ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।