୮ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର (ବୁ୍ୟରୋ): ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ଲାଗିବ । ଆସନ୍ତା ୮ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ । କାର୍ତ୍ତିକ ପୂୂର୍ଣ୍ଣିମା ତିଥିରେ ଲାଗିବାକୁ ଥିବା ଏହି ଗ୍ରହଣ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ହେବ । ଭାରତୀୟ ସମୟ ଅନୁସାରେ, ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା ୦୫ରୁ ଆରମ୍ଭ ହେବ । ୫ଟା ୦୫ରୁ ଆରମ୍ଭ ହୋଇ ୬ଟା ୧୯ରେ ଶେଷ ହେବ । ୫ଟା ୦୫ରୁ ଏହା ମାତ୍ର ୬ ମିନିଟ୍ ଯାଏ ପୂର୍ଣ୍ଣ ଗ୍ରାସ କରିବ । ପରେ ୫ଟା ୧୧ରୁ ୬ଟା ୧୯ ଯାଏ ଚନ୍ଦ୍ର ପୃଥିବୀର ଛାୟାରେ ରହିବ । ୬ଟା ୧୯ ପରେ ଚନ୍ଦ୍ର ଉପଛାୟାରୁ ବାହାରିବ । ଅପରାହ୍ଣ ୧ଟା ୩୦ ବେଳକୁ ଏହା ଚନ୍ଦ୍ରଛାୟାରେ ପ୍ରବେଶ କରିବ । ହେଲେ ଦିନରେ ଏହା ଖୋଲା ଆଖିକୁ ନଜରକୁ ଆସିବ ନାହିଁ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିଅମ୍ ଉପନିଦେ୍ର୍ଦଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଚନ୍ଦ୍ରଗହଣ ଓ ସୂର୍ଯ୍ୟ ପରାଗ ଉଭୟ ମହାଜାଗତିକ ଦୃଶ୍ୟ । ଏହାକୁ ଖାଲି ଆଖିରେ ଦେଖିହେବ । ଏହାର କୌଣସି କୁ ପ୍ରଭାବ ପୃଥିବୀ ତଥା ନିଜ ଉପରେ ନାହିଁ । ଆକାଶ ମେଘମୁକ୍ତ ରହିଲେ ଏହା ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଦେଖାଦେବ । ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ (ଆଂଶିକ) ୨୦୨୭ ଅଗଷ୍ଟ ମାସରେ ଦେଖାଦେବାକୁ ଥିବାବେଳେ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୫ ସେପ୍ଟେମ୍ବରରେ ଦେଖାଦେବ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *