ଥାନାରେ ଏତଲା ପରେ ଚେତିଲା ପ୍ରଶାସନ

ଚର୍ଚ୍ଚାରେ ତ୍ରିବେଣୀଶ୍ୱର ଘାଇ
ମାହାଙ୍ଗା (ଆପ୍ର): ଗତ ୨୮ତାରିଖ ଦିନ ମାହାଙ୍ଗା ଅଞ୍ଚଳର ତ୍ରୀବେଣୀଶ୍ୱର ବଜାର ନିକଟରେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଘାଇ ସୃଷ୍ଟିକୁ ନେଇ ରାଜନୀତି ଜୋର ଧରିଥିଲା ବେଳେ, ଘାଇସୃଷ୍ଟିର କାରଣକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାଶ ଚର୍ଚ୍ଚା ହେଉଛି । ବର୍ଷାଦିନେ ଘାଇ ନ ଭାଙ୍ଗି ହଠାତ୍ କେନାଲ ବନ୍ଧରେ ଘାଇସୃଷ୍ଟି ଏବେବି ସାଧାରଣ ଲୋକଙ୍କ ସନେ୍ଦହ ଘେରରେ । ଜଳସମ୍ପଦ ବିଭାଗର ନର୍ଥ ଡିଭିଜନ୍ ଜଗତପୁରରର ସୁପରିଟେଣ୍ଡେଟ୍ ଘଟଣାସ୍ଥଳ ପରିଦର୍ଶନ କରି ଏହାକୁ ମନୁଷ୍ୟକୃତ ବୋଲି କହିଥିଲେ । ଗତ ୩ତାରିଖ ଦିନ ମାହାଙ୍ଗା ଅଞ୍ଚଳର କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଥାନା ଅଧିକାରୀ ବିଜୟ କୁମାର ମଲିକଙ୍କୁ ଭେଟି ଘାଇ ଭାଙ୍ଗିବାକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିପାଇଁ ସେ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।
ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେବା ପରେ ପ୍ରଶାସନର ନିଦ୍ରା ଭାଙ୍ଗିଥିଲା ଏବଂ ମାହାଙ୍ଗା ଥାନାରେ ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ଘାଇ ଭାଙ୍ଗିବା ସମ୍ପର୍କିତ ଏକ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ମାହାଙ୍ଗା ଥାନାରେ ରୁଜୁ କରି ଘଟଣାର ତଦନ୍ତ କରୁଛି । ଏଠାରେ ପ୍ରଶ୍ନ ଉଠେ ଯେ, ମାହାଙ୍ଗା ପୋଲିସ ୩ ତାରିଖରେ କଂଗ୍ରେସ ଦେଇଥିବା ଏତଲା ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନା ରାଜନେତାଙ୍କ ଚାପରେ ଏତଲା ରଖି ଚୁପ୍ ହୋଇ ବସିଛି । ଘାଇ ସୃଷ୍ଟିର ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ନା ପ୍ରଶାସନ ନିଜ ଦୋଷ ଲୁଚାଇବାକୁ ସବୁଦିନ ପାଇଁ ଘଟଣାକୁ ଚାପି ଦେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *