ଖନନ ଆରମ୍ଭ କଲା କମ୍ପାନୀ
ଜାମକାନିରେ ୧୭ ପ୍ଲାଟୁନ୍ ଫୋର୍ସ
ରାଉରକେଲା(ଆପ୍ର): ହେମଗିର ବ୍ଲକ ଜାମକାନି କୋଇଲା ଖଣି ଖନନକୁ ବିସ୍ଥାପିତଙ୍କ ପକ୍ଷରୁ ବିରୋଧ ଜାରି ରହିଛି । ଶନିବାର ରାତିସାରା ଶୀତ କାକରରେ ବିସ୍ତାପିତମାନେ ପିଲାଛୁଅଙ୍କୁ ଧରି ଧାରଣା ଦେଇଥିଲେ ।
ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ଗାଁ ବିସ୍ଥାପିତ ଖନନସ୍ଥଳରେ ଧାରଣା ଦେଇଥିଲେ । ରବିବାର ସକାଳେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଘଟଣା ସ୍ଥଳକୁ ୧୭ ପ୍ଲାଟୁନ ପୁଲିସ ବଳ ଘେରାବନ୍ଦୀ କରିବା ପରେ ବେଦାନ୍ତ ପକ୍ଷରୁ ପୁଣି ଖନନ ଆରମ୍ଭ ହୋଇଥିଲା ।
ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ଓ ଗୋପାଳ ପ୍ରଧାନ ପ୍ରମୁଖଙ୍କ ନେତୃôବରେ ସ୍ଥାନୀୟ ବାସିନ୍ଦା ପ୍ରଶାସନ ଓ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ବିସ୍ଥାପିତଙ୍କ ଉପରେ ଲାଠିମାଡ଼କୁ ନିନ୍ଦା କରାଯାଇଛି ।
ଗତକାଲିର ଘଟଣାପରେ ସଂପୃକ୍ତ ଅଞ୍ଚଳକୁ ପୁଲିସ ଛାଉଣିରେ ପରିଣତ କରାଯାଇଛି । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିସ୍ଥାପିତଙ୍କ ବିରୋଧ ସତ୍ତ୍ୱେ ଖନନ ଚାଲିବାରୁ ଉତ୍ତେଜନା ଲାଗି ରହିଛି ।