ବଙ୍ଗଳାସାହି ବାସିନ୍ଦାଙ୍କ ରାସ୍ତାରୋକ

ପାଣି ପାଇଁ ଡହଳବିକଳ
ଟିକାବାଲି (ଆପ୍ର): କାର୍ତ୍ତିକ ମାସରେ ଗ୍ରୀଷ୍ମ ଋତୁ ପରି ଜଳକଷ୍ଟ ଭୋଗୁଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ବଙ୍ଗଳାସାହିର ଅଞ୍ଚଳବାସୀ । ବଙ୍ଗଳା ସାହିରେ ୧୫ ଦିନ ହେବ ସପ୍ଲାଇ ପାଣି ଆସୁ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ନଳକୂପ ମଧ୍ୟ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି । ଏନେଇ କିଛିଦିନ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପାନୀୟ ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ନାରାୟଣ ନାୟକ ଓ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ରବିବାର ବଙ୍ଗଳାସାହି ଓ ଖଦାଳସାହିର ଲୋକେ ପୋଷ୍ଟ ଅଫିସ୍ ସାମ୍ନା ରାସ୍ତାରେ ଗରା, ମାଠିଆ ଧରି ଧାରଣାରେ ବସି ରହିଥିଲେ । ଏକ ଘଣ୍ଟା ପ୍ରର୍ଯ୍ୟନ୍ତ ଯାନବାହାନ ଚଳାଚଳ ଠପ୍ ରହିଥିଲା । ଘଟଣାସ୍ଥଳରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚôି ଥିଲେ । ସ୍ଥାନୀୟ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଘେରି ପାଣି ସମସ୍ୟା କହିଥିଲେ । ଦୁଇଦିନ ମଧ୍ୟରେ ପାଣି ସମସ୍ୟା ଦୂର କରିବା ପାଇଁ ଶ୍ରୀ ପାଢି ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *