ଜାତୀୟ ସଙ୍ଗୀତ-ଗୀତ ସମମାନ୍ୟ
ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ରର ପକ୍ଷ
‘ଜନ-ଗଣ-ମନ’ ଭଳି ‘ବନେ୍ଦ ମାତରମ୍’କୁ ସମ୍ମାନ ଦେବା ଭାରତୀୟଙ୍କ କର୍ତ୍ତବ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ‘ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଏବଂ ଜାତୀୟ ଗୀତ ‘ବନେ୍ଦ ମା’ ତରମ୍’ ଏକ ସମାନ । ଉଭୟଙ୍କୁ ସମ୍ମାନ କରିବା ପ୍ରତ୍ୟେ ଭାରତୀୟଙ୍କ କର୍ତ୍ତବ୍ୟ । ଜାତୀୟ ସଂଗୀତ ଭଳି ଜାତୀୟ ଗୀତକୁ ମଧ୍ୟ ସମାନ ମର୍ଯ୍ୟାଦା ତଥା ସମ୍ମାନ ମିଳିବା ଉଚିତ୍ ।’ ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ଏବଂ ଜାତୀୟ ଗୀତ ପାଇଁ ଏକକ ନୀତି ଆପଣାଯିବା ସମ୍ପର୍କୀତ ଆବେଦନ ଉପରେ କେନ୍ଦ୍ର ସରକାର ଶନିବାର ନିଜ ପକ୍ଷ ରଖିବାକୁ ଯାଇ ଏପରି ବିବୃତି ଦେଇଛନ୍ତି ।
କେନ୍ଦ୍ର ସରକାର କହିଛନ୍ତି, ଦେଶବାସୀଙ୍କ ମନରେ ସମାନ ଧରଣର ଜାତୀୟତା ଜାଗ୍ରତ କରିବା ଦିଗରେ ଉଭୟ ଜାତୀୟ ସଂଗୀତ ଏବଂ ଜାତୀୟ ଗୀତ ସମାନ ପ୍ରଭାବୀ ରହିଛନ୍ତି । ଫଳରେ ଜାତୀୟ ସଂଗୀତ ଭଳି ଜାତୀୟ ଗୀତର ମଧ୍ୟ ସମାନ ଆଦର, ସମ୍ମାନ ହେବା ଉଚିତ୍ । କେବଳ ସେତିକି ନୁହେଁ, ଜାତୀୟ ଗୀତକୁ ନେଇ ଗାଇଡଲାଇନ୍ ମଧ୍ୟ ଜାରି କରାଯିବା ଉଚିତ୍ । ଏଦିଗରେ ନ୍ୟାୟପାଳିକା ଚିନ୍ତା କରିବାକୁ କେନ୍ଦ୍ର ଅନୁରୋଧ ମଧ୍ୟ କରିଛି ।
ଏହି ମାମଲାରେ ନିଜ ସ୍ପଷ୍ଟୀକରଣ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆଇନ୍ ମନ୍ତ୍ରଣାଳୟକୁ ଏସମ୍ପର୍କରେ ହାଇକୋର୍ଟ ନୋଟିସ୍ ଜାରି ପୂର୍ବକ ଜବାବ ତଲବ କରିଥିଲେ । ନ୍ୟାସନାଲ କାଉନସିଲ ଅଫ୍ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆର୍ଟି)କୁ ମଧ୍ୟ ଖଣ୍ଡପୀଠ ଏନେଇ ଜବାବ ମାଗିଥିଲେ ।
ସୂଚନାଯୋଗ୍ୟ, ୧୮୭ଠରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ତଥା ଦେଶଭକ୍ତି ଉଦ୍ରେକ କରିବା ଉଦେ୍ଦଶ୍ୟରେ ଏହାର ରଚନା କରିଥିଲେ । ୧୯୩୭ରେ ଏହାକୁ ଜାତୀୟ ଗାନ ଭାବେ ସ୍ୱୀକୃତି ମିଳିଥିଲା । ସେହିପରି ୧୯୧୧ରେ ରବୀନ୍ଦ୍ର ନାଥ ଟାଗୋର ‘ଜନ-ଗଣ-ମନ’ର ରଚନା କରିଥିବା ବେଳେ ଭାରତୀୟ ସମ୍ବିଧାନରେ ଏହାକୁ ଜାତୀୟ ସଂଗୀତ ଭାବେ ୨୪ ଜାନୁଆରୀ ୧୯୫ଠରେ ସ୍ୱୀକୃତି ମିଳିଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ସ୍ୱତନ୍ତ୍ର ସେନାନୀ ବନେ୍ଦ ମା’ ତରମ୍କୁ ବ୍ରିଟିଶ ସରକାର ବିରୋଧରେ ସ୍ଲୋଗାନ୍ ଭାବେ ବ୍ୟବହାର କରୁଥିଲେ । ଏଥିରେ ଭୟଭୀତ ହୋଇ ବ୍ରିଟିଶ ସରକାର ଏହା ଉପରେ ବ୍ୟାନ୍ ଲଗାଇଥିଲେ । ତେବେ ୧୮୯୬ରେ ରବୀନ୍ଦ୍ରନାଥ ଟାଗୋର କଂଗେସ୍ରର କଲିକତା ଅଧିବେଶନରେ ବନେ୍ଦ ମା’ତରମ୍ ଗାନ କରିଥିଲେ ।