୮୧୩୨ ଘର କାମ ଅଧାପନ୍ତରିଆ

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କଚ୍ଛପ ଗତି
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମନ୍ଥର ଗତିରେ ଚାଲିଛି । ଗତ ୨ ବର୍ଷ ହେବ କୌଣସି ନୂତନ ଟାର୍ଗେଟ କେନ୍ଦ୍ରରୁ ଆସି ନ ଥିବା ବେଳେ ପୂର୍ବରୁ ଦିଆଯାଇଥିବା କାର୍ଯ୍ୟାଦେଶରେ କାମ ଆରମ୍ଭ ହୋଇ ନ ଥିବା କିମ୍ବା ଅସମ୍ପୂର୍ଣ୍ଣ ରହିଥିବା ତଥା ସ୍ପିଲିଂଓଭର ଟାର୍ଗେଟ ଅନୁଯାୟୀ କାର୍ଯ୍ୟ କରାଯାଉଛି । ୧ ନଭେମ୍ବର ୨୦୨୨ ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ମୋଟ ୯୭୭୭ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା । ସେଥିମଧ୍ୟରୁ ୧୬୪୫ ଟି ଘର ସଂପୂର୍ଣ୍ଣ ହୋଇଥିବାବେଳେ ୮୧୩୨ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ମାତ୍ର ୧୬.୮୩ ପ୍ରତିଶତ ।
୯୭୭୭ ଘର ମଧ୍ୟରୁ ବିଭିନ୍ନ କାରଣ ପାଇଁ ୨୭୯ ଘର ପାଇଁ ମଞ୍ଜୁର ହୋଇ ନ ଥିଲା । ୪୧୪ ଟି ଘର ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ । ୨୦୫୯ ଘର ଫାଉଣ୍ଡେସନ୍ର ପ୍ଲିନ୍ଥ ପର୍ଯ୍ୟନ୍ତ ହୋଇଛି । ୩୩୯୮ ଟି ପ୍ଲିନ୍ଥ ପର୍ଯ୍ୟନ୍ତ ଓ ୩୩୯୮ଘର ପ୍ଲିନ୍ଥ ଠାରୁ ଅଧିକ ହୋଇଛି । ୨୦୦୧ ଟି ଘର ରୁଫ ଲେଭେଲ କିମ୍ବା ତା ଠାରୁ ଅଧିକ ହୋଇଛି ।
ଚମ୍ପୁଆ ବ୍ଲକରେ ୭୨ ଟି ମଧ୍ୟରୁ ଗୋଟିଏ ମାତ୍ର ସଂପୂର୍ଣ୍ଣ ହୋଇଥିବା ୭୧ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ମାତ୍ର ୧.୩୯ ପ୍ରତିଶତ । ପାଟଣା ୧୧୧ ମଧ୍ୟରୁ ୯ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୦୨ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ମାତ୍ର ୮.୧୧ ପ୍ରତିଶତ । ଯୋଡାରେ ୧୩୫ ଟିରୁ ୧୦ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୨୫ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ମାତ୍ର ୭.୪୧ ପ୍ରତିଶତ । ଘଟଗାଁ ବ୍ଲକରେ ୫୦୨ ଟି ମଧ୍ୟରୁ ୬୭ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୪୩୫ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୧୩.୩୫% ଅଟେ ।
ସାହାରପଡା ବ୍ଲକରେ ୫୮୩ ଟି ମଧ୍ୟରୁ ୧୩୧ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୪୫୨ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୨୨.୪୭% ଅଟେ । ଝୁମ୍ପୁରା ବ୍ଲକରେ ୫୭୬ ଟି ମଧ୍ୟରୁ ୯୧ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୪୮୫ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୧୫.୮୦% ଅଟେ । ତେଲକୋଇ ବ୍ଲକରେ ୬୭୬ ଟି ମଧ୍ୟରୁ ୧୪୧ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୫୩୫ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୨୦.୮୬% । କେନ୍ଦୁଝର ସଦର ବ୍ଲକରେ ୭୩୮ ଟି ମଧ୍ୟରୁ ୧୩୯ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୫୯୯ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଏହା ୧୮.୮୩% । ବାଂଶପାଳରେ ୭୨୨ ଟି ମଧ୍ୟରୁ ୭୫ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୬୪୭ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୧୦.୩୯% । ଆନନ୍ଦପୁର ବ୍ଲକରେ ୮୯୩ ଟିରୁ ୮୪ ଟି ସଂପୂର୍ଣ୍ଣ ହୋଇଛି ଓ ୮୦୯ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୯.୪୧% । ଘଷିପୁରାରେ ୧୦୮୬ ରୁ ୧୯୨ ଟି ସଂପୂର୍ଣ୍ଣ ହୋଇଛି ଓ ୮୯୪ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୧୭.୬୮% ଅଟେ । ହାଟଡିହି ବ୍ଲକରେ ୧୭୬୭ ମଧ୍ୟରୁ ୩୨୧ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୪୪୬ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୧୮.୧୭ ପ୍ରତିଶତ ।
ହରିଚନ୍ଦନପୁର ବ୍ଲକରେ ୧୯୧୬ ଟି ମଧ୍ୟରୁ ୩୮୪ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୫୩୨ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକି ୨୦.୦୪% ଅଟେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ବର୍ଷ ବର୍ଷ ପରେ ମଧ୍ୟ କାମ ଶେଷ ହୋଇନାହିଁ । ହିତାଧିକାରୀମାନଙ୍କୁ ପଟ୍ଟାଭୁକ୍ତ ଜମିରେ ୨୫ବର୍ଗ ମିଟର ମଧ୍ୟରେ ଗୃହ ନିର୍ମାଣ ୪ ମାସ ମଧ୍ୟରେ ସଂପୂର୍ଣ୍ଣ କରି ସରକାରଙ୍କଠାରୁ ୨୦ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସଂପୂର୍ଣର୍ କରି ୧୦ ହଜାର ଟଙ୍କା ପ୍ରୋସôାହନ ରାଶି ନେବାକୁ ପରାମର୍ଶ ଦିଆଯାଉଥିଲେ ହେଁ ହିତାଧିକାରୀ ଘର ସଂପୂର୍ଣର୍ କରୁନଥିବାରୁ ଏହି ପ୍ରୋସôାହନ ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *