ଟ୍ୱିଟ୍ର ଇଣ୍ଡିଆ ଟିମ୍ ବରଖାସ୍ତ

ନୂଆଦିଲ୍ଲୀ/ସାନ୍ ଫ୍ରାନ୍ସିସ୍କୋ, ୪ା୧୧: ଟ୍ୱିଟ୍ରର ନୂଆ ମାଲିକ ଏଲନ୍ ମସ୍କ ଭାରତରେ କମ୍ପାନୀର ସବୁ କର୍ମଚାରୀଙ୍କୁ ବରଖାସ୍ତ କରିଦେଇଛନ୍ତି । ଟ୍ୱିଟର୍ ଇଣ୍ଡିଆର କର୍ମଚାରୀ ସଂଖ୍ୟା ପ୍ରାୟ ୨୫୦ । କମ୍ପାନୀ ପକ୍ଷରୁ ସେମାନଙ୍କୁ ଗୁରୁବାର ରାତିରେ ଇମେଲ୍ ପଠାଯାଇ ଶୁକ୍ରବାର ଛଟେଇ କରାଯିବ ବୋଲି ସୂଚନା ଦିଆଯାଇଥିଲା । ସେଥିରେ ଲେଖାଥିଲା- ଯଦି ଆପଣ ଅଫିସ୍ ଆସିବାକୁ ବାଟରେ ଅଛନ୍ତି ଘରକୁ ଫେରି ଯାଆନ୍ତୁ । ଟ୍ୱିଟର୍ ଇଣ୍ଡିଆର ସମଗ୍ର ମାର୍କେଟିଂ ଓ କମୁ୍ୟନିକେଶନ୍ ଟିମ୍କୁ ବରଖାସ୍ତ କରାଯାଇଛି ।
କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶରେ ତଥା କମ୍ପାନୀ ମୁଖ୍ୟାଳୟର ମୋଟ୍ ୩,୭୦୦ କର୍ମଚାରୀଙ୍କ ଚାକିରି ଯିବ ବୋଲି ସୂଚନା ମିଳିଛି । ମିଣ୍ଟ୍ ସୂତ୍ର ଅନୁଯାୟୀ, ଭାରତରେ ଛଟେଇ ହୋଇଥିବା ଟିମ୍ ଟ୍ୱିଟର୍ ମୁଭ୍ମେଣ୍ଟସ୍ ଫିଚର ପାଇଁ କଣ୍ଟେଟ୍ ପ୍ରସ୍ତୁତ କରୁଥିଲେ । ତାହାଛଡା କମୁ୍ୟନିକେସନ୍ସ, ଗ୍ଲୋବାଲ୍ କଣ୍ଟେଟ୍ ପାର୍ଟନର୍ସିପ୍ସ,ସେଲ୍ସ ଓ ଆଡ୍ ରେଭିନୁ୍ୟ, ଇଞ୍ଜିନିୟରିଂ ଓ ପ୍ରଡକ୍ଟ ଟିମ୍ର ବହୁ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । ଚାକିରି ହରାଇଥିବା ଜଣେ କର୍ମଚାରୀ କହିଛନ୍ତି ଯେ ଠିକାରେ ଥିବା କେତେକ କର୍ମଚାରୀଙ୍କ ଚାକିରି ବଞ୍ଚôଯାଇଛି । ସେମାନେ କମ୍ପାନୀ ପାଇଁ ଫୁଲ୍ ଟାଇମ୍ କାମ କରୁନଥିଲେ ।
ଏହା ଟ୍ୱିଟର୍ର ପ୍ରଥମ ପର୍ଯ୍ୟାୟ ଛଟେଇ । ୨୦୨୧ ଡିସେମ୍ବର ସୁଦ୍ଧା ଟ୍ୱିଟର୍ର ମୋଟ୍ କର୍ମଚାରୀ ସଂଖ୍ୟା ଥିଲା ୭,୫୦୦ । ୭୫ ପ୍ରତିଶତ କର୍ମଚାରୀଙ୍କୁ ବରଖାସ୍ତ କରି କମ୍ପାନୀ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *