୨୩ରେ ସମ୍ମେଟିଭ୍ ଆସେସ୍ମେଣ୍ଟ ପରୀକ୍ଷା

କଟକ, ୪ ।୧୧(ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ଼ ସଭାପତି ରାମାସିସ ହାଜରା ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ପରୀକ୍ଷାର୍ଥୀଙ୍କ ପାଇଁ ୩୦୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୩୧୬ଟି ନୋଡ଼ାଲ ସେଣ୍ଟର କରାଯାଇଛି । ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ । ନିଜ ବିଦ୍ୟାଳୟରୁ ୧୦ କିଲୋମିଟର ଦୂରତା ଭିତରେ ପରୀକ୍ଷା କେନ୍ଦ୍ର କରାଯିବ ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ । ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେଇ ପାରିବେ ନାହିଁ । ସେହିପରି ଆଜି ଠାରୁ ମାଟ୍ରିକ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡ଼ମିଟ କାର୍ଡ଼ ଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ସଦ୍ଭ ୱେବସାଇଟରେ ଅପଲୋଡ଼ କରାଯାଇଥିଲା । ପିଲାମାନେ ଚାହିଁଲେ ସେଠାରୁ ନିଜର ଆଡ଼ମିଟକାଡ଼ ଡ଼ାଉନଲୋଡ଼ କରିପାରିବେ । ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ଼ମିଟକାର୍ଡ ÿଡ଼ାଉନଲୋଡ଼ କରି ନେଇପାରିବେ ବୋଲି ଶ୍ରୀ ହାଜରା କହିଛନ୍ତି ।ସେ ପୁଣି କହିଛନ୍ତି, ଆସନ୍ତା ନଭେମ୍ବର ୧୧ ତାରିଖରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଯାହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦୧୨ଟି ସ୍କୁଲରେ ଏହି ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ସେଥିପାଇଁ ପିଲାମାନଙ୍କୁ ରୋଲ ନମ୍ବର ଦରକାର । ତେଣୁ ପରୀକ୍ଷାର ବହୁ ପୂର୍ବରୁ ଚଳିତବର୍ଷ ଆଡ଼ମିଟ କାର୍ଡ଼ ବୋର୍ଡ଼ ୱେବସାଇଟରେ ଅପଲୋଡ଼ କରାଯାଇଛି । ପିଲାମାନେ ସେହି ଆଡ଼ମିଟ କାର୍ଡ଼କୁ ଡ଼ାଉନଲୋଡ଼ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ତେଣୁ ରାଜ୍ୟର ମୋଟ ୮୯୦୦ ବିଦ୍ୟାଳୟ ପାଇଁ ଏକ ଅଲଗା ୱେବ ଲିଙ୍କ ପ୍ରଦାନ କରିଛି ବୋର୍ଡ । ଏହି ଲିଙ୍କ ଜରିଆରେ ନିଜ ସ୍କୁଲ ପରୀକ୍ଷାର୍ଥୀଙ୍କର ସବିଶେଷ ତଥ୍ୟ ପାଇ ପାରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ । ସେହିପରି ଆସନ୍ତା ନମ୍ବେର ୨୩ ତାରିଖରୁ ପ୍ରତିଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କେବଳ ଗଣିତ ବିଷୟ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ । ୨୩ ତାରିଖରେ ଇଂରାଜୀ, ୨୫ ରେ ଗଣିତ, ୨୬ ରେ ମାତୃଭାଷା, ୨୭ ରେ ପ୍ରାକ୍ଟୀକାଲ୍ , ୨୮ରେ ସାଧାରଣ ବିଜ୍ଞାନ, ୨୯ ରେ ସାମାଜିକ ବିଜ୍ଞାନ, ୩୦ ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।
ପରୀକ୍ଷାରେ କପି ରୋକିବା ପାଇଁ ୩୬ ଟି ସେଣ୍ଟ୍ରାଲ ସ୍କ୍ୱାଡ୍ ଓ ୭୫ ଟି ସ୍କ୍ୱାଡ୍ ଜିଲ୍ଲା ଶିକ୍ଷାଧିସ୍ତରୀୟ (ଡିଇଓ) ସ୍କ୍ୱାଡ୍ ଗଠନ କରାଯିବ । ସେହିପରି ନୋଡ଼ାଲ ସ୍କୁଲ ଗୁଡ଼ିକରେ ସିସିଟିଭିବ୍ୟବସ୍ଥା କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ପରୀକ୍ଷା ପରି·ଳନା ପାଇଁ ୨୨ଟି ନୋଡାଲ୍ ସେଣ୍ଟର ଥାନାରେ କରାଯାଇଛି । କନ୍ଧମାଳରେ ୭, କୋରାପୁଟରେ ୫ ଓ ମାଲକାନଗିରି ଜିଲ୍ଲାରେ ୧୦ଟି ସେଣ୍ଟର ହୋଇଛି ବୋଲି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି କହିଛନ୍ତି । ସେହିପରି ଚଳିତବର୍ଷ ମାଧ୍ୟମା ପରୀକ୍ଷା ୨୯୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ୧୦୮ଟି ସେଣ୍ଟର କରାଯାଇଛି । ଓପନ ସ୍କୁଲ ପାଇଁ ୭୧୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ୧୪୬ଟି ସେଣ୍ଟର କରାଯାଇଛି । ମଧ୍ୟମା ଓ ଓପନ ପରୀକ୍ଷାର୍ଥୀଙ୍କ ପାଇଁ ୧୭ ତାରିଖରୁ ୱେବସାଇଟରୁ ଆଡମିଟ କାର୍ଡ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *