ଆଉ ୭ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା

ଭୁବନେଶ୍ୱର, ୪ା୧୧ (ବୁ୍ୟରୋ): ସଡକ ଦୁର୍ଘଟଣା ଜନିତ ମୃତୁ୍ୟ ହାର ହ୍ରାସ କରିବାକୁ ତଥା ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ରମା କେୟାର ସୁବିଧା (ଟିସିଏଫ୍)କୁ ମଜବୁତ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ଟିସିଏଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଓ ଆଉ ୭ ଘରୋଇ ଡାକ୍ତରଖାନାରେ ପ୍ରଥମ ସ୍ତରର ଟ୍ରମା କେୟାର ସୁବିଧାକୁ ଅନୁମୋଦନ କରାଯାଇଛି । ଏହି ୭ ଡାକ୍ତରଖାନା ହେଲା ଭୁବନେଶ୍ୱରର ସନସାଇନ୍ ହସ୍ପିଟାଲ, କେୟାର ହସ୍ପିଟାଲ, ବ୍ଲୁ ହୁଇଲ୍ ହସ୍ପିଟାଲ, କଟକର ପଦ୍ମିନୀ କେୟାର,
ଶଶୀଭୂଷଣ ସ୍ମାରକୀ ହସ୍ପିଟାଲ, ସନ୍ ହସ୍ପିଟାଲ ଏବଂ ତ୍ରିଶା ହସ୍ପିଟାଲ । ଏହାର ପରିଚାଳନା ପାଇଁ ଏସ୍ଓପି ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏମଓୟୁ ସ୍ୱାକ୍ଷରିତ ହେବ । ଏହି ଯୋଜନାକୁ ଅତିରିକ୍ତ ଡିଏମଏଟି ଓଡିଶା ରାଜ୍ୟ ନୋଡାଲ ଅଫିସର ଭାବରେ ତଦାରଖ କରୁଛନ୍ତି ।
ଭାରତ ସରକାରଙ୍କ ସହଯୋଗରେ ୧୧ ତମ ଆର୍ଥିକ ବର୍ଷ ଯୋଜନା ଏବଂ ଦ୍ୱାଦଶ ଆର୍ଥିକ ବର୍ଷ ଯୋଜନା ସମୟରେ ଅଳ୍ପ କିଛି ଟ୍ରମା କେୟାର ସୁବିଧାକୁ ସୁଦୃଢ କରାଯାଇଥିଲା । ଏହିପରି ଟିସିଏଫ୍ ଏସ୍ସିବି କଟକ, ଏମ୍କେସିଜି ବ୍ରହ୍ମପୁର, ଭିମ୍ସାର ବୁର୍ଲା, ଖୋରଧା, ଭଦ୍ରକ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଆରଜିଏଚ ରାଉରକେଲାରେ ରହିଛି । ପରବର୍ତ୍ତୀ ସମୟରେ ୩୩ ଟିସିଏଫ୍କୁ ସୂଚୀତ କରାଯାଇଛି, ଯେଉଁଥିରୁ ୩ ପ୍ରଥମ ସ୍ତରର ଓ ୪ ଦ୍ୱିତୀୟ ସ୍ତର ଏବଂ ଅବଶିଷ୍ଟ ୨୬ ତୃତୀୟ ସ୍ତରର ।
ଟ୍ରମା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ଏବଂ ଆଘାତର ପ୍ରଥମ ୪୮ ଘଣ୍ଟା ନଗଦ ବିହୀନ ଚିକିତ୍ସା ଯୋଗାଇବା ପାଇଁ, ୨୦୧୯ରେ ଟ୍ରମା ପାଣ୍ଠି ଆରମ୍ଭ ହୋଇଥିଲା । ଶୁକ୍ରବାର ସୁଦ୍ଧା ୧୧ ବେସରକାରୀ ପ୍ରଥମ ସ୍ତରର ଟ୍ରମା ସୁବିଧାକୁ ସଶକ୍ତ କରାଯାଇଛି । ଏହି ଟିସିଏଫ୍ଗୁଡ଼ିକୁ ସହାୟତା ପାଇଁ, ନୂତନ କାଜୁଆଲିଟି ଏବଂ ଟ୍ରମା କେୟାର ଏବଂ ମାଗଣା ଚିକିତ୍ସା ପାଇଁ ଟ୍ରମା ପାଣ୍ଠି ଭଳି ଯୋଜନା ପ୍ରସ୍ତୁତ କରାଯାଇଛି ।
ଏହି ଯୋଜନା ଅନ୍ତର୍ଗତ ମାଗଣା ଚିକିତ୍ସା ଉପଲବ୍ଧ ହେଉଥିବା ବର୍ତ୍ତମାନର ଟ୍ରମା ସୁବିଧାଗୁଡ଼ିକ ହେଉଛି ଅଶ୍ୱିନୀ ଟ୍ରମା କେନ୍ଦ୍ର କଟକ, ଏମଆରଆଇ ହସ୍ପିଟାଲ ଭୁବନେଶ୍ୱର, କିମସ୍ ଭୁବନେଶ୍ୱର, ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସପିଟାଲ ଭୁବନେଶ୍ୱର, କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର, ଉକ୍ରଳ ମେଡିକାଲ ସାଇନ୍ସ ଭୁବନେଶ୍ୱର, ମେଡିକୋଭର ହସ୍ପିଟାଲ ବିଶାଖାପାଟନମ୍, ରାମ କୃଷ୍ଣ କେୟାର ହସ୍ପିଟାଲ ରାୟପୁର, ଜେପି ହସ୍ପିଟାଲ ରାଉରକେଲା, ଆଇଏମଏସ ଆଣ୍ଡ ଏସଏମ ହସ୍ପିଟାଲ ଭୁବନେଶ୍ୱର, ସମ୍ ଅଲ୍ଟିମେଟ ଭୁବନେଶ୍ୱର, ସୂର୍ଯ୍ୟକିରଣ ହସ୍ପିଟାଲ ଭୁବନେଶ୍ୱର ଆଦି । ଯେହେତୁ ଏହି ସମସ୍ତ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା ରହିଛି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଏହା ଆଘାତ ପୀଡିତଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *