ଚୀନା ରକେଟ୍ ବେକାବୁ

ବିଜିଂ/ୱାଶିଂଟନ୍, ୪ା୧୧: ଚୀନ୍ର ଏକ ପ୍ରକାଣ୍ଡ ରକେଟ୍ ବୁଷ୍ଟର ମହାକାଶରେ ନିୟନ୍ତ୍ରଣହୀନ ହୋଇ ଶୁକ୍ରବାର ରାତିରେ ପ୍ରଶାନ୍ତ ମହାସାଗରରେ ଖସି ପଡିଛି । ରକେଟ୍ଟି ତୀବ୍ର ବେଗରେ ପୃଥିବୀ ଅଭିମୁଖେ ଆସୁଥିବା ଜଣାପଡିବା ପରେ ଭାରତ ଓ ଆମେରିକା ସମେତ ବହୁ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ୨୩ ଟନ୍ ଓଜନ ଓ ୫୯ ଫୁଟ୍ ଉଚ୍ଚତାବିଶିଷ୍ଟ ଏହି ରକେଟ୍ର ଭଗ୍ନାଂଶ ଭାରତ, ଆମେରିକା, ଚୀନ୍, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର କେତେକ ଭାଗରେ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଆସନ୍ନ ବିପଦ ଆଶଙ୍କାରେ ସ୍ପେନ୍ ତା’ର ଏୟାର୍ପୋର୍ଟଗୁଡିକୁ ବନ୍ଦ କରିଦେଇଥିଲା ।ଚୀନ୍ର ଏହି ରକେଟ୍ ଲଙ୍ଗ୍ ମାର୍ଚ୍ଚ ପଞ୍ଚମର କୋର୍ ବୁଷ୍ଟର । ଅକ୍ଟୋବର ୩୧ରେ ତିଆଙ୍ଗୋଗେ ସ୍ପେସ୍ ଷ୍ଟେସନ୍ ପାଇଁ ପରୀକ୍ଷାମୂଳକ ଲାବୋରେଟୋରୀ ମଡୁଲୁ ରୂପେ ଏହାକୁ ଲଞ୍ଚ୍ କରାଯାଇଥିଲା । ୨ ବର୍ଷରେ ଚତୁର୍ଥ ଥର ପାଇଁ ଚୀନା ରକେଟ୍ର ଧ୍ୱଂସାବଶେଷ ପୃଥିବୀ ଉପରେ ପଡିଥିବାରୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଚୀନ୍କୁ ଦାୟିତ୍ୱହୀନତା ପାଇଁ ନିନ୍ଦା କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *