ଶିଶୁକନ୍ୟା ପେଟରେ ୮ ଭ୍ରୂଣ
ରାଞ୍ଚô (ଏଜେନ୍ସି): ରାଞ୍ଚôରେ ୨୩ଦିନର ଏକ ନବଜନ୍ମିତ ଶିଶୁକନ୍ୟାର ପେଟରୁ ୮ ଭ୍ରୁଣ ବାହାରିଛି । ଏହାକୁ ନେଇ ଡାକ୍ତରୀ ଦଳ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ଡାକ୍ତରୀ ଦଳଙ୍କ କହିବାନୁସାରେ ପିଲାଙ୍କ ପେଟରୁୂ ଭ୍ରୁଣ ବାହାରିକା ଘଟଣା ଅତ୍ୟନ୍ତ ବିରଳ । ୫/୧ଠ ଲକ୍ଷ ପିଲାଙ୍କ ମଧ୍ୟରୁ କାଁ ଭାଁ ଗୋଟିଏ ପିଲା ଠାରେ ଏପ୍ରକାର ସମସ୍ୟା ହୁଏତ ଦେଖିବାକୁ ମିଳିପାରେ । ତେବେ ରାଞ୍ଚôର ଏହି ଘଟଣା ସମଗ୍ର ବିଶ୍ୱର ପ୍ରଥମ ଘଟଣା ବୋଲି ଡାକ୍ତରୀ ଦଳ ଦାବି କରିଛନ୍ତି ।
ଝାଡଖଣ୍ଡର ରାମଗଡ଼ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଏହି ବିରଳ ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନବଜନ୍ମିତ ଏହି ଶିଶୁ କନ୍ୟା ପେଟରେ କିଛି ମାତ୍ରାରେ ଭ୍ରୁୂଣ ରହିଥିବା ଜଣାପଡିବା ପରେ ଡାକ୍ତରମାନେ ଏହାକୁ ତୁରନ୍ତ କାଢ଼ିବାକୁ ପରାମର୍ଶ ଦେଇଥିଲେ । ଫଳରେ ପରିବାର ଲୋକେ ଶିଶୁକନ୍ୟାଟିକୁ ରାଞ୍ଚô ସ୍ଥିତ ରାଣୀ ଶିଶୁୂ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅପରେସନ୍ କରି ଶିଶୁକନ୍ୟା ପେଟରୁ ୮ ଭ୍ରୁଣ ବାହାର କରିଥିବା ଡାକ୍ତର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ୧ଠ ଅକ୍ଟୋବରରେ ଶିଶୁ କନ୍ୟାଟିର ଜନ୍ମ ହୋଇଥିବା ବେଳେ ତା’ ପେଟରେ ସାମାନ୍ୟ ଯନ୍ତ୍ରଣା ରହିଥିବା ଡାକ୍ତରୀ ଦଳ ଜାଣିପାରିଥିଲେ । ଏନେଇ ସିଟି ସ୍କାନ୍ ତଥା ଅନ୍ୟାନ୍ୟ ଯାଞ୍ଚ୍ କରିବା ପରେ ପେଟରେ ଭ୍ରୁଣ ରହିଥିବା ଜଣାପଡିଥିଲା । ତେବେ ଗତ ୨ ତାରିଖ ଅର୍ଥାତ୍ ବୁଧବାର ଦିନ ସର୍ଜରୀ ମାଧ୍ୟମରେ ଏସବୁ ଭ୍ରୁଣଗୁଡ଼ିକୁ କଢ଼ାଯାଇଛି । ଏବେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଡାକ୍ତରୀ ଦଳ ଆଶ୍ୱସ୍ତ କରିଛନ୍ତି ।
ଏସମ୍ପର୍କରେ ଶିଶୁ ବିଶେଷଜ୍ଞଙ୍କ କହିବାନୁସାରେ ଏପ୍ରକାର ଘଟଣାକୁ ଡାକ୍ତରୀ ଭାଷାରେ ‘ଫିଟ୍ସ ଇନ୍ ଫିଟୁ’ କୁହାଯାଇଥାଏ । ଅର୍ଥାତ୍ ମା’ର ଗର୍ଭରେ ଯଦି ଏକରୁ ଅଧିକ ସନ୍ତାନ ରହିଥାନ୍ତି ତେବେ ଭ୍ରୁଣର ବିକାଶ ସମୟରେ ହିଁ କିଛି ଭ୍ରୁଣ ପିଲାର ଗର୍ଭକୁ ମଧ୍ୟ ଚାଲିଯାଇଥାଏ । ଏହି ଭ୍ରୁଣ ହିଁ ପିଲାର ଗର୍ଭରେ ବଢ଼ିବା ଆରମ୍ଭ କରିଦେଇଥାନ୍ତି । ଏଭଳି ସ୍ଥିତିକୁ ଫିଟ୍ସ୍ ଇନ୍ ଫିଟୁ କୁହାଯାଇଥାଏ । ତେବେ ପିଲାଙ୍କ ପାକସ୍ଥଳୀକୁ ଏସବୁ ଭ୍ରୁଣ କିପରି ଏବଂ କାହିଁକି ଯାଇଥାଏ ସେସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । କେବଳ ପେଶାଦାର ଡାକ୍ତରଙ୍କ ଅନୁଭବ ଆଧାରରେ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ପାଟନାର ଏକ ହସ୍ପିଟାଲରେ ଗାଇନେକୋଲୋଜିଷ୍ଟ ଭାବେ କାର୍ଯ୍ୟରତ ଡଃ ଅନୁପମା ଶର୍ମାଙ୍କ କହିବାନୁସାରେ ମା’ର କିଛି ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୨ଠଠରୁ କମ୍ ଏପ୍ରକାର ଘଟଣା ଦେଖିବାକୁ ମିଳିଛି । ତେବେ ଏସବୁ ଘଟଣାରେ ଶିଶୁଙ୍କ ପେଟରୁ ଗୋଟିଏ କିମ୍ବା ଦୁଇଟି ଭ୍ରୁଣ ଠାବ କରାଯାଇଥିଲା । ଶିଶୁ ପେଟରେ ଏକସଙ୍ଗେ ୮ଟି ଭ୍ରୁଣ ଠାବ ହେବା ଘଟଣା ସମଗ୍ର ବିଶ୍ୱରେ ପ୍ରଥମ । ନିକଟରେ ବିହାରର ମୋତିହାରୀ ଅଞ୍ଚଳରେ ମଧ୍ୟ ଏକ ୪ଠ ଦିନର ନବଜାତକ ପେଟରୁ ଗୋଟିଏ ଭ୍ରୁଣ ଅପରେସନ୍ ଦ୍ୱାରା ବାହାର କରାଯାଇଥିଲା । ଶିଶୁଟି ମଳତ୍ୟାଗ କରିବାରେ କଷ୍ଟ ଅନୁଭବ କରିବା ସହ ପେଟ ଫୁଲିଯାଇଥିଲା । ଡାକ୍ତରୀ ଯାଞ୍ଚରୁ ପେଟରେ ଭ୍ରୁଣ ରହିଯାଇଥିବା ଜାଣିବାକୁ ମିଳିଥିଲା ।