ଗୁଜରାଟ ପାଇଁ ବିଜେପିର ମୁଣ୍ଡବିନ୍ଧା

୧୮୨ ଆସନ, ୪ଠଠଠ ଆଶାୟୀ
ଗାନ୍ଧିନଗର (ଏଜେନ୍ସି): ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏଥିସହ ରାଜ୍ୟରେ ନିର୍ବାଚନୀ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି । ତେବେ ବିଜେପିର ଗଡ଼ ଭାବେ ଜଣାଶୁଣା ଗୁଜରାଟରେ ଏଥର ପ୍ରାର୍ଥୀ ଚୟନକୁ ନେଇ ବିଜେପିର ମୁଣ୍ଡବିନ୍ଧା ବଢ଼ିଯାଇଛି ।
ପ୍ରାପ୍ତ ସୂଚନାନୁସାରେ ଗୁଜରାଟରେ ମୋଟ୍ ୧୮୨ ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେପି ୧୮୨ ଜଣଙ୍କୁ ହିଁ ପ୍ରାର୍ଥୀ କରିପାରିବ । କିନ୍ତୁ ବିଜେପି ପାଖରେ ଏବେ ପ୍ରାୟ ୪ଠଠଠ ଆଶାୟୀଙ୍କ ତାଲିକା ପହଞ୍ଚôଛି । ୨ଠ୧୭ ବିଧାନସଭା ନିର୍ବାଚନରେ ୨୯ଠଠ ପ୍ରାର୍ଥୀ ଆଶାୟୀ ରୂପେ ଉଭା ହୋଇଥିବା ବେଳେ ଚଳିତ ଥର ୧୧ଠଠ ଅଧିକ ଆଶାୟୀ ରହିଛନ୍ତି । ତେବେ ୪ଠଠଠ ଆଶାୟୀଙ୍କ ମଧ୍ୟରୁ ୧୮୨ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ପ୍ରଦେଶ ବିଜେପି ପାଇଁ ମୁଖ୍ୟ ସମସ୍ୟା ସାଜିଛି । କାରଣ ଯେଉଁମାନଙ୍କୁ ଟିକଟ ନମିଳିବ ସେମାନେ କିଛି ବି ନିଷ୍ପତ୍ତି ନେଇପାରନ୍ତି, ଯାହାକି ନିର୍ବାଚନରେ ଦଳକୁ ବ୍ୟାକ୍ଫୁଟ୍କୁ ନେଇଯିବ ବୋଲି ପ୍ରଦେଶର ବିଜେପିର ମୁଖିଆମାନେ ଆଶଙ୍କା କରୁଛନ୍ତି । ଏପରି ସ୍ଥିତିରେ କେବଳ କେନ୍ଦ୍ରୀୟ ନେତାମାନଙ୍କ ନିଷ୍ପତ୍ତି ଉପରେ ପ୍ରଦେଶ ବିଜେପିର ନେତାମାନେ ନିର୍ଭରଶୀଳ ରହିବାକୁ ବାଧ୍ୟ ହୋଇପଡିଛନ୍ତି । କେନ୍ଦ୍ରୀୟ ସଂସଦୀୟ ବୋର୍ଡଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ହିଁ ଟିକଟ ମିଳିବ ।
ପ୍ରକାଶ, ବିଧାନସଭା ନିର୍ବାଚନକୁ ନେଇ ଗୁଜରାଟରେ ଏବେ ରାଜନୈତିକ ପରିବେଶ ବେଶ୍ ଉଷ୍ମ ହେବାରେ ଲାଗିଛି । ଶାସକ ବିଜେପିକୁ ଏଥର କଡା ଟକ୍କର ଦେବା ଲକ୍ଷ୍ୟରେ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ମୈଦାନରେ ଅବତୀର୍ଣ୍ଣ ହୋଇଛି । ସେହିପରି କଂଗ୍ରେସ ମଧ୍ୟ ନିଜ ହିସାବରେ ଏଠାରେ ରଣନୀତି ପ୍ରସ୍ତୁତ କରୁଛି । କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବେ ଗୁଜରାଟ ନିର୍ବାଚନ ପାଇଁ ପ୍ରତିଶ୍ରୁତି ପତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏପରିସ୍ଥଳେ ଆଗାମୀ ଗୁଜରାଟ ନିର୍ବାଚନ ତ୍ରିମୁଖୀ ନିର୍ବାଚନ ହେବାକୁ ଯାଉଛି ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *